News7 Logo

ଶେଷ ହୋଇପାରେ ଗାଜା ଯୁଦ୍ଧ , ଯଦି ସବୁ ବନ୍ଧକଙ୍କୁ ମୁକ୍ତ କରାଯାଏ ... ! ଇସ୍ରାଏଲର କଣ ରହିଛି ସର୍ତ୍ତ , ଜାଣନ୍ତୁ

NEWS7

ନୂଆଦିଲ୍ଲୀ : ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାର୍ ଗାଜା ଯୁଦ୍ଧକୁ ନେଇ ରବିବାର ଜେରୁସାଲମରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଗାଜାରେ ଚାଲୁଥିବା ଯୁଦ୍ଧ ସେତେବେଳେ ଶେଷ ହେବ ,ଯେବେ ବନ୍ଧକଙ୍କୁ ମୁକ୍ତ କରି ଦିଆ ଯିବ। ଏହାସହ ପାଲେଷ୍ଟାଇନ୍‌ ଉଗ୍ରବାଦୀ ଗୋଷ୍ଠୀ ହମାସ ତାର ଅସ୍ତ୍ର ଛାଡ଼ିବ। ଏହି ବିବୃତ୍ତି ହମାସ ପକ୍ଷରୁ ତାର ଦୀର୍ଘ ଦିନରୁ କରୁଥିବା ଦାବିକୁ ଦୋହରାଇବାର ଦିନକ ପରେ ଆସିଛି, ଯେଉଁଥିରେ ସେ କହିଥିଲା ଯେ, ସେ ସବୁ ବନ୍ଧକଙ୍କୁ ମୁକ୍ତ କରି ଦେବ,ଯେବେ ଇସ୍ରାଏଲ ଯୁଦ୍ଧ ଶେଷ କରିବ ଓ ଗାଜା ସହରରେ ନିଜର ସେନାକୁ ଫେରେଇ ନେବାରେ ସହମତ ହେବ।

ଗିଦୋନ ସାର୍‌ଙ୍କର ଏହି ବିବୃତ୍ତି ଇସ୍ରାଏଲ-ହମାସ ସଂଘର୍ଷ ମଧ୍ୟରେ ଶାନ୍ତି ସ୍ଥାପନର ଦିଗରେ ପ୍ରମୁଖ ପଦକ୍ଷେପ ହୋଇପାରେ, କାରଣ ଏହି ଯୁଦ୍ଧକୁ ଶେଷ କରିବାର ସର୍ତ୍ତକୁ ସ୍ପଷ୍ଟ କରିଥାଏ । ହେଲେ ଏହି ବିବୃତ୍ତି ଉଭୟ ପକ୍ଷର ପରସ୍ପର ବିରୋଧୀ ଦାବିକୁ ମଧ୍ୟ ଦର୍ଶାଇ ଥାଏ , କାରଣ ହମାସର ସର୍ତ୍ତ ଗୁଡ଼ିକ ଇସ୍ରାଏଲର ଦାବି ଠାରୁ ସଂପୂର୍ଣ୍ଣ ଭିନ୍ନ। ଏହି ବିବୃତ୍ତି କ୍ଷେତ୍ରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନାକୁ ଜୋରଦାର କରି ପାରେ। କାରଣ ଏଥିରେ ମଧ୍ୟସ୍ଥତା ଓ କୂଟନୀତିକ ପ୍ରୟାସ ପାଇଁ ନୂଆ ସମ୍ଭାବନା ଖୋଲି ଥାଏ। ଏହା ଉଭୟ ପକ୍ଷ ମଧ୍ୟରେ ଗଭୀର ଅବିଶ୍ୱାସକୁ ମଧ୍ୟ ଦର୍ଶାଇ ଥାଏ , ଯାହା ଶାନ୍ତି ବାର୍ତ୍ତାକୁ ଆହୁରି ଜଟିଳ କରିପାରେ।

ଏହି ମଧ୍ୟରେ ଇସ୍ରାଏଲର ସେନା ଗାଜା ସହରର ପାଲେଷ୍ଟାଇନବାସୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ସହରକୁ ଖାଲି କରି ଦିଅନ୍ତୁ ଏବଂ ଦକ୍ଷିଣ ସ୍ଥିତ ମାନବୀୟ ଅଞ୍ଚଳକୁ ଚାଲି ଯାଆନ୍ତୁ। ଇସ୍ରାଏଲ ଶନିବାର ଏହାସହ ସହରର ସୁଉଚ୍ଚ ବିଲ୍ଡିଂକୁ ଟାର୍ଗେଟ୍‌ କରିଛି। ସହାୟତା ଗ୍ରୁପ୍‌ ଚେତାବନୀ ଦେଇଛନ୍ତି ଯେ, ଗାଜାରୁ ବଡ଼ ସ୍ତରରେ ଲୋକଙ୍କୁ ବାହାର କରିବାରେ ମାନବୀୟ ସଙ୍କଟର ସ୍ଥିତି ଆହୁରି ସଙ୍ଗିନ୍‌ ହୋଇପାରେ। ଖାଦ୍ୟ ସଙ୍କଟକୁ ନଜରରେ ରଖି ଦୁନିଆର ଅଗ୍ରଣୀ ସଙ୍ଗଠନ ସହରକୁ ଦୁର୍ଭିକ୍ଷଗ୍ରସ୍ତ ଘୋଷିତ କରି ଦେଇଛି। ଅଧିକାଂଶ ପରିବାର ପାଖାପାଖି ୨ ବର୍ଷରୁ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧର କାରଣରୁ ଅନେକ ଥର ବିସ୍ଥାପିତ ହୋଇ ସାରିଛନ୍ତି। ତାଙ୍କର କହିବା ହେଲା ଯେ , ତାଙ୍କ ପାଖକୁ ଯିବା ପାଇଁ କୌଣସି ସ୍ଥାନ ଆଉ ରହି ନାହିଁ , କାରଣ ଇସ୍ରାଏଲୀୟ ସେନା ବାରମ୍ୱାର ସେହି ଶିବିର ଗୁଡ଼ିକ ଉପରେ ବୋମାବର୍ଷା କରିଛନ୍ତି , ଯାହାକୁ ସେ ମାନବୀୟ କ୍ଷେତ୍ର ଘୋଷିତ କରିଥିଲା