News7 Logo

ନୀତି ଅନୁଯାୟୀ ପରମ୍ପରା ପାଳନ ପାଇଁ ଇସ୍କନକୁ ମାସେ ସମୟ, ନମନିଲେ ଆଇନର ଆଶ୍ରୟ ନେବୁ : ଗଜପତି

NEWS7
gajapati

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଇସ୍କନ୍ ଦ୍ଵାରା, ମହାପ୍ରଭୁ ଜଗନ୍ନାଥଙ୍କ ଅଦିନିଆ ପର୍ବପର୍ବାଣୀ ବିରୋଧରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ବାରମ୍ବାର ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କ୍ରାନ୍ତି ଭୁଲ ଭାବେ ପ୍ରଦର୍ଶନ ହେଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି । ଇସ୍କନ ଗୋବର୍ଦ୍ଧନ ଦାସ ମହାରାଜଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୦୦ ପୃଷ୍ଠାର ଏକ ଦସ୍ତାବିଜ୍ ପ୍ରଦାନ କରାଯାଇଛି । ଶିଳା ପ୍ରଭୁପାଦଙ୍କ ଦ୍ଵାରା ଏହି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ଏହା ନୀତି ମୁତାବକ ହେଉଥିଲା । ପରେ ତାଙ୍କର ଦେହାନ୍ତ ପରେ ଏହି ନୀତି ବିରୋଧୀ କାର୍ଯ୍ୟକ୍ରମ କରୁଛି ଇସ୍କନ ବୋଲି ଗଜପତି ମହାରାଜ କହିଛନ୍ତି ।

ଚଳିତ ବର୍ଷ ତିଥି ବାହାରେ ୬୮ଟି ଜାଗାରେ ଇସ୍କନ ପକ୍ଷରୁ ରଥଯାତ୍ରା ହୋଇଛି । ଇସ୍କନ ସହ ଏନେଇ ବହୁବାର ଆଲୋଚନା ହୋଇଥିଲା । ଇସ୍କନ ଭାରତ ସହ ୨୧ ଜୁଲାଇ ୨୦୨୧ ନିଷ୍ପତି ନେଇଥିଲେ ଯେ ନୀତି ନିର୍ଦ୍ଧାରିତ ସମୟ ମଧ୍ୟରେ ରଥଯାତ୍ରା ଆୟୋଜିତ ହେଉଛି । ହେଲେ ଦେଶ ବାହାରେ ଏହା ଅଦିନିଆ ଭାବେ ପାଳନ କରାଯାଉଛି । ଭାରତ ଓ ବିଦେଶରେ ଜୁଲାଇ ପର୍ଯ୍ୟନ୍ତ ୪୦ଟି ଜାଗାରେ ସ୍ନାନଯାତ୍ରା ଆୟୋଜିତ ହୋଇଛି । ଅନେକ ଚିଠି ସତ୍ତୱେ ଇସ୍କନ ମୂଳ ସଂସ୍ଥା ନେଉନାହାନ୍ତି । କେବଳ ଜେଷ୍ଟ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ନବଦିନାତ୍ମକ ଯାତ୍ରା ସମୟ ମଧ୍ୟରେ ହିଁ ରଥଯାତ୍ରା  ହେଉ । ମହାପ୍ରଭୁ ଜଗନ୍ନାଥଙ୍କ ନିଜ ଆଦେଶ ଏହା ଯେ କେଉଁ ସମୟରେ କେଉଁ ଯାତ୍ରା ହେବ ତାହା ମହାପ୍ରଭୁ ନିର୍ଧାରଣ କରିଛନ୍ତି । ଆଷାଢ଼ ଶୁକ୍ଳପକ୍ଷରେ ରଥ ଯାତ୍ରା କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ମହାଋଷି ବେଦ ବ୍ୟାସଙ୍କ ଦ୍ଵାରା ଶ୍ରୀମଦ ଭାଗବତରେ ମଧ୍ୟ ଲେଖା ହୋଇଛି । ଏହାକୁ ପାଳନ କରି ଜଗନ୍ନାଥ ସଂସ୍କୃତି ଆଗେଇ ଆସିଛି । ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣ ଅନୁଯାୟୀ ନୀତି ଅନୁଯାୟୀ କାର୍ଯ୍ୟ ଶ୍ରୀମନ୍ଦିରରେ ପାଳନ କରାଯାଇଛି । ଏହାକୁ ସମସ୍ତେ ପାଳନ କରିବା ଆବଶ୍ୟକ । ଚତୁର୍ଦ୍ଧା ମୂର୍ତ୍ତିକୁ ଚଳନ୍ତି ପ୍ରତିମା ବୋଲି କହିଛି ଇସ୍କନ । ହେଲେ ପ୍ରଭୁ ଜଗନ୍ନାଥ କିପରି ଚଳନ୍ତି ପ୍ରତିମା ବୋଲି ପ୍ରଶ୍ନ କରିଛନ୍ତି ଗଜପତି ।

ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ରଥଯାତ୍ରା ବିଧି ଅନୁଯାୟୀ ୨୭ ଜୁନରେ ହେବା କଥା । ହେଲେ ଚଳିତବର୍ଷ ଆମେରିକାରେ ମାର୍ଚ୍ଚ ୩୧ରେ ଓ ରଥଯାତ୍ରା ପୂର୍ବରୁ ୩୫ ଜାଗାରେ ରଥଯାତ୍ରା ପାଳନ କରାଯାଇଛି । ଚଳିତବର୍ଷ ୨୭ ସେପ୍ଟେମ୍ବରରେ ଆମେରିକାରେ ପୁଣି ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧ କରୁଛି । ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରୁଛି ଇସ୍କନ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅବେଗକୁ କୁଠାରାଘାତ କରୁଛି ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରଫେସର ହରେକୃଷ୍ଣ ଶତପଥୀ କହିଛନ୍ତି,  କିଛି ବିଦେଶୀ ନାଗରିକ ଭକ୍ତ ବୋଲି କହି କିଛି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରିଛନ୍ତି । ବ୍ୟବସାୟୀକ ଉପାଦାନ ଭାବେ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି । ହଜାର ହଜାର ବର୍ଷର ପରମ୍ପରାକୁ କୁଠାରାଘାତ କରି ଜଗନ୍ନାଥ ସଂସ୍କୃତିକୁ ଅପମାନ କରାଯାଉଛି ।