LIVE TV

IPL ୨୦୨୬ ଅକ୍ସନ୍‌ ପୂର୍ବରୁ ବିଦା ହେବେ ୯୭ କୋଟିର ପ୍ଲେୟର, ଏହି ଟିମ୍‌ ଅଧିକ ଷ୍ଟାର ପ୍ଲେୟରଙ୍କର କରିବ ଛୁଟି

NEWS7
ipl

ନୂଆଦିଲ୍ଲୀ ୧୧।୧୦: IPL ୨୦୨୬ ନିଲାମ ପୂର୍ବରୁ । ୯୭ କୋଟିର ପ୍ଲେୟର ହେବେ ବିଦା । ଷ୍ଟାର ପ୍ଲେୟରଙ୍କ ଛୁଟି କରିବ ଏହି ଟିମ୍‌  । ଆଇପିଏଲ୍‌ ୨୦୨୬ । ଆରମ୍ଭକୁ ଆହୁରି ବାକି ରହିଛି ୬ ମାସ । କିନ୍ତୁ ଅକ୍ସନ୍‌କୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ନିଲାମୀ ଆଗାମୀ ୨ମାସରେ ହେବ । କୁହାଯାଉଛି କି ଏହି ସିଜିନର ମିନି ଅକ୍ସନ୍‌ ଡିସେମ୍ବର ୧୫-୧୭ ମଧ୍ୟରେ ହୋଇପାରେ । ଆଉ ନଭେମ୍ବର ୧୫ ରହିଛି ରିଟେନସନ୍ ଲିଷ୍ଟ ଜାରିର ଶେଷ ତାରିଖ। ତେବେ ଚଳିତବର୍ଷ ଅତିକମରେ ୯୭ କୋଟି ୩୫ ଲକ୍ଷର ପ୍ଲେୟର ରିଲିଜ୍‌ ହେବାଟା ଥୟ ।

କ୍ରିକବଜ୍ର ରିପୋର୍ଟ ଅନୁଯାୟୀ ୫ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଅତିକମରେ ୫ ଷ୍ଟାର ପ୍ଲେୟରଙ୍କୁ କରିପାରେ ବିଦା । ଏଥିରେ ୬.୨୫ କୋଟିରେ କିଣା ଯାଇଥିବା ଡେଭନ୍ କନୱେ, ୧.୭୦ କୋଟିରେ କିଣାଯାଇଥିବା ଦୀପକ ହୁଡା,  ୧.୨୦ କୋଟିରେ କିଣାଯାଇଥିବା ବିଜୟ ଶଙ୍କର, ୩.୪୦ କୋଟିରେ କିଣାଯାଇଥିବା ରାହୁଲ ତ୍ରିପାଠି, ଏବଂ ୨.୪୦ କୋଟିରେ ଟିମରେ ସାମିଲ ହୋଇଥିବା ସାମ୍ କରାନଙ୍କ ନାଁ ରହିଛି ।  

ଅନ୍ୟପଟେ ଗତ ମେଗା ଅକ୍ସନର ସବୁଠାରୁ ମହଙ୍ଗା ପ୍ଲେୟରଙ୍କ ମଧ୍ୟରୁ ଜଣେ ଥିଲେ ଭେଙ୍କଟେଶ ଆୟରଙ୍କୁ । ତାଙ୍କର ମଧ୍ୟ ରିଲିଜ୍‌ ହେବାର ରହିଛି ଚାନ୍ସ । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୨୩.୭୫ କୋଟି ଟଙ୍କାରେ କିଣିଥିଲା । ଯାହା ଭେଙ୍କଟେସଙ୍କୁ ଲିଗ୍ ଇତିହାସର ତୃତୀୟ ସବୁଠାରୁ ମହଙ୍ଗା ଖେଳାଳି କରିଥିଲା । କିନ୍ତୁ ସିଜିନରେ ତାଙ୍କର ପ୍ରଦର୍ଶନ ଆଖିଦୃଷ୍ଟିଆ ନଥିଲା । ତେଣୁ ତାଙ୍କୁ ରିଲିଜ୍‌ କରିବା ସମ୍ଭାବନା ଥିବା ହେଉଛି ଚର୍ଚ୍ଚା।

ପ୍ରତି ସିଜିନ ପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ନେଇପାରେ ବଡ ନିଷ୍ପତ୍ତି । ଟିମ୍‌ ୨ ବୋଲରଙ୍କୁ କରିପାରେ ରିଲିଜ୍‌ । ଯାହାଙ୍କ ଉପରେ ଟିମ୍‌ ଖର୍ଚ୍ଚ କରିଥିଲା ୨୨ କୋଟିରୁ ଅଧିକ । ଏମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିୟ ଅଭିଜ୍ଞ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଯିଏକି ୨୦୨୫ ଅକ୍ସନରେ ୧୧ କୋଟି ୭୫ଲକ୍ଷରେ ଟିମରେ ହୋଇଥିଲେ ସାମିଲ । ଏହାବ୍ୟତୀତ ବାମହାତୀ ଭାରତୀୟ ପେସର ଟି ନଟରାଜନ ରିଲିଜ୍‌ ଲିଷ୍ଟରେ ରହିଛନ୍ତି । ତାଙ୍କୁ ଟିମ୍ ୧୦ କୋଟି ୭୫ଲକ୍ଷରେ କରିଥିଲା ସାମିଲ୍‌ । ଆଗାମୀ ସିଜିନ୍‌ ପୂର୍ବରୁ ଟିମ୍‌ ଏହି ୨ଜଣଙ୍କୁ କରିପାରେ ରିଲିଜ୍‌ ।

ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟ କିଛି ମହଙ୍ଗା ପ୍ଲେୟରଙ୍କୁ କରିପାରେ ରିଲିଜ୍‌ ।  ଟିମ୍‌ ୮ କୋଟିରେ କିଣିଥିବା ଆକାଶ ଦୀପ ଏବଂ ୭ କୋଟି ୫୦ ଲକ୍ଷରେ କିଣିଥିବା ଡେଭିଡ୍ ମିଲରଙ୍କୁ କରିପାରେ ବିଦା । ଏମିତିକି ଦ୍ରୁତ ବୋଲିଂ ସେନ୍ସେସନ ମୟଙ୍କ ଯାଦବଙ୍କୁ ମଧ୍ୟ ହୋଇପାରନ୍ତି ରିଲିଜ୍‌ । ୨୦୨୫ ମେଗା ଅକ୍ସନରେ ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୧ କୋଟିରେ କିଣିଥିଲା ।

ରାଜସ୍ଥାନ ରୟାଲ୍ସ । ଅଧିନାୟକ ସଞ୍ଜୁ ସାମସନଙ୍କୁ ନେଇ ଏବେ ବି ଲାଗି ରହିଛି ସସ୍‌ପେନ୍ସ । କୁହାଯାଉଛି  ୫.୨୫ କୋଟିରେ ଟିମ୍‌ରେ ସାମିଲ ହୋଇଥିଲା ଶ୍ରୀଲଙ୍କାର ସ୍ପିନ୍ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଏବଂ ୪.୪୦ କୋଟିରେ କିଣା ଯାଇଥିବା ଶ୍ରୀଲଙ୍କାର ସ୍ପିନର ମହୀଶ ତିକ୍ଷଣଙ୍କୁ ରିଲିଜ୍‌ କରିପାରେ ଟିମ୍‌ ।  ତେବେ ଏପରି ବି ହୋଇପାରେ କି କୁମାର ସାଙ୍ଗାକାରାଙ୍କ ପ୍ରତ୍ୟାବର୍ତ୍ତନ ପରିସ୍ଥିତିକୁ ବଦଳାଇପାରେ।