ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ରର ଶୁଭାରମ୍ଭ

NEWS7
ipl-2024-sunrisers-hyderabad-won-by-67-runs-against-delhi-capitals

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ବଜେଟରେ ରାଜ୍ୟର ବିକାଶ ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (BCPPER) ପାଇଁ ଅର୍ଥନୈତିକ ଯୋଜନା ଶୁଭାରମ୍ଭ କରିଛି । ସେ କହିଛନ୍ତି, 'ଏହି ବଜେଟରେ ମୁଁ ପବିତ୍ର ଗୃହକୁ ଅବଗତ କରିବାକୁ ଚାହେଁ ଯେ, ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ରକୁ ମଡେଲ୍ ଭାବେ ଗ୍ରହଣ କରି ପର୍ଯ୍ୟାୟକ୍ରମେ ତିନୋଟି ଅତିରିକ୍ତ ଅର୍ଥନୈତିକ କ୍ଷେତ୍ର ଯଥା ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର, ଏବଂ ଜୟପୁର-କୋରାପୁଟ-ସୁନାବେଡ଼ା ଗୁଡ଼ିକୁ ଅର୍ଥନୈତିକ କ୍ଲଷ୍ଟର ଭାବେ ପରିଣତ କରାଯିବ ।'