ବଢିଲା ମୁମ୍ବାଇ ଇଣ୍ଡିଆନ୍ସର ମୁସ୍କିଲ, ଆଉ କିଛି ମ୍ୟାଚ୍ ଖେଳିବେ ନାହିଁ ସୂର୍ଯ୍ୟକୁମାର ଯାଦବ

Published By : Prameya-News7 Bureau | March 28, 2024 IST

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ଠାରୁ ଶୋଚନୀୟ ଭାବେ ହାରିବା ପରେ ଚାପରେ ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଦଳର ଚିନ୍ତା ଆହୁରି ବଢିବାକୁ ଯାଉଛି। ଦଳର ତରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବେ ପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି । ତେଣୁ ସେ ଆଗାମୀ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ । ଏହି ଖବର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁସ୍କିଲ ଆହୁରି ବଢାଇ ଦେଇଛି। କାରଣ ଆଇପିଏଲର ୧୭ତମ ସଂସ୍କରଣରେ ମୁମ୍ବାଇ ପର୍ଯ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରି ୨ଟି ମ୍ୟାଚ୍‌ ଖେଳି ୨ଟିରେ ପରାଜୟ ଭୋଗିଛି।  

ମିଷ୍ଟର ୩୬୦ ଡିଗ୍ରୀ ନାଁରେ ପରିଚିତ ସୂର୍ଯ୍ୟକୁମାର ଯାଦବ ସର୍ଜରୀ ପରେ ସମ୍ପୂର୍ଣ୍ଣ ଠିକ୍ ହୋଇ ନ ଥିବା ଜଣା ପଡ଼ିଛି। ଆଇପିଏଲର ସେ ଆଉ କିଛି ମ୍ୟାଚ୍ ନ ଖେଳିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ ସୂର୍ଯ୍ୟକୁମାରଙ୍କ ଉପରେ ପୂରା ନଜର ରଖିଛି । ଅନଫିଟ୍ କାରଣରୁ ସୂର୍ଯ୍ୟକୁମାର ମୁମ୍ବାଇ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ପାରି ନାହାନ୍ତି।

ବିସିସିଆଇ ସୂତ୍ର ଅନୁସାରେ, ସୂର୍ଯ୍ୟକୁମାର ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ସେ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ । ତେବେ ସୂର୍ଯ୍ୟକୁମାର ଆଉ କିଛି ମ୍ୟାଚରୁ ଦଳରୁ ବାହାରେ ରହି ପାରନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସକୁ ଭାରି ପଡିଛି। ବିସିସିଆଇ ମଧ୍ୟ ସୂର୍ଯ୍ୟଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନି। କାରଣ ଜୁନରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ। ବିଶ୍ଵକପ୍‌ ପାଇଁ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.