ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଶାନ୍ତ ଚୁକ୍ତି ଶେଷ କରିଛନ୍ତି । ଏହି ଘୋଷଣା ସହ ଘରୋଇ ପୁଞ୍ଜି ବଜାରରେ ହାହାକାର ସୃଷ୍ଟି ହୋଇଛି । ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି କ୍ରାସ ହୋଇଛି । ସେନସେକ୍ସ ଇଣ୍ଟ୍ରା-ଡେ’ରେ ୧୯୦୦ ଫଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଚି ବି ୨୪,୮୦ ନିକଟକୁ ଖସି ଆସିଛି ।ବ୍ରଡର ମାର୍କେଟରେ ମଧ୍ୟ ବିକ୍ରିର ପ୍ରବଳ ଚାପ ଦେଖାଗଲା । ନିଫ୍ଟି ମିଡ୍କ୍ୟାପ୍ ୧୦୦ ୧.୫%ରୁ ଅଧିକ ଏବଂ ନିଫ୍ଟି ସ୍ମଲକ୍ୟାପ୍ ୧୦୦ ୨% ରୁ ଅଧିକ ହ୍ରାସ ପାଇଛି ।

ଆଜି ସମସ୍ତ କ୍ଷେତ୍ରର ନିଫ୍ଟି ସୂଚକାଙ୍କ ଲାଲ ରଙ୍ଗରେ ରହିଛି । ବ୍ୟାଙ୍କିଙ୍ଗ ଏବଂ FMCG ଷ୍ଟକ୍ ସର୍ବାଧିକ ଚାପ ସୃଷ୍ଟି କରିଛି । ପିଏସୟୁ ଏବଂ ଘରୋଇ ବ୍ୟାଙ୍କଗୁଡ଼ିକର ନିଫ୍ଟି ସୂଚକାଙ୍କ ୨.୫%ରୁ ଅଧିକ ହ୍ରାସ ପାଇଛି । ନିଫ୍ଟି ଏଫଏମସିଜି ମଧ୍ୟ ପ୍ରାୟ ୨.୫% ହ୍ରାସ ପାଇଛି । ଅଟୋ କ୍ଷେତ୍ରର ନିଫ୍ଟି ସୂଚକାଙ୍କ ୨% ରୁ ଅଧିକ ହ୍ରାସ ପାଇଛି, ନିଫ୍ଟି ଆଇଟି ମଧ୍ୟ ୧% ରୁ ଅଧିକ ଦୁର୍ବଳ ହୋଇଛି । ବିକ୍ରି ଚାପରେ ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୮ ଲକ୍ଷ କୋଟିରୁ ଅଧିକ ହ୍ରାସ ପାଇଛି ।

ଆଜି ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ୧,୬୭୭.୧୨ ପଏଣ୍ଟ ବା ୨.୧୫% ହ୍ରାସ ପାଇ ୭୬,୫୦୩.୬୦ ସ୍ତରରେ ବନ୍ଦ ହୋଇଛି । ନିଫ୍ଟି ୫୦ ମଧ୍ୟ ୫୧୬.୬୫ ପଏଣ୍ଟ ବା ୨.୧୨% ହ୍ରାସ ପାଇ ୨୩,୮୮୨.୦୪ରେ ବନ୍ଦ ହୋଇଛି । ଆଜିର କାରବାରରେ ସେନସେକ୍ସ ୧,୯୨୧.୬୯ ପଏଣ୍ଟ ହ୍ରାସ ପାଇ ୭୬,୨୫୯.୦୩ ରେ ଏବଂ ନିଫ୍ଟି ୫୯୩.୫୫ ପଏଣ୍ଟ ହ୍ରାସ ପାଇ ୨୩,୮୦୫.୨୦ ଯାଏ ଖସି ଆସିଥିଲା ।

ନିବେଶକ ହରାଇଲେ ୮.୨୪ ଲକ୍ଷ କୋଟି

ଗୋଟିଏ ଦିନ ପୂର୍ବରୁ, ଜୁଲାଇ ୭ ବିଏସଇ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୪,୭୯,୬୭,୭୪୭.୪୫ କୋଟି ଥିଲା । ଆଜି ଏହା ହ୍ରାସ ପାଇ ୪,୭୧,୪୩,୧୦୬.୫୬ କୋଟିକୁ ପହଞ୍ଚିଛି । ଆଜିର ଏହି ବଡ଼ ହ୍ରାସ ଯୋଗୁଁ ନିବେଶକଙ୍କୁ ୮,୨୪,୬୪୦.୮୯ କୋଟି କ୍ଷତି ହୋଇଛି ।