News7 Logo

ଋଷିଆ ପରେ ଏବେ ଏହି ଦେଶରୁ ତୈଳ ଆମଦାନୀ ଆରମ୍ଭ କଲା ଭାରତ, ଟ୍ରମ୍ପ ଆଶ୍ଚର୍ଯ୍ୟ, ଆମେରିକା ଚକିତ

NEWS7
PM

ନୂଆଦିଲ୍ଲୀ ୧୦।୯: ଭାରତୀୟ ଆମଦାନୀ ଉପରେ ୨୫% ଟାରିଫ ଲାଗୁ କରିଛି ଆମେରିକା, ତେବେ ଋଷିଆରୁ ତୈଳ ଓ ଅସ୍ତ୍ରଶସ୍ତ୍ର କିଣୁଥିବାରୁ ଅତିରିକ୍ତ ୨୫% ଏହିପରି ମୋଟ ୫୦% ଟାରିଫ ଲାଗୁ ହୋଇଛି। ଏଣୁ ଭାରତ ଏବେ ତୈଳ କ୍ରୟରେ ଆମେରିକା ଉପରୁ ନିର୍ଭରତା ହ୍ରାସ ଲାଗି ପଦକ୍ଷେପ ନେଇଛି। ଆମେରିକା ବଦଳେ ଏହି ଦେଶରୁ ଭାରତ ତୈଳ କ୍ରୟ ଆରମ୍ଭ କରିବା ଏବେ ପିଟର ନଭାରୋ ଓ ଯୁକ୍ତରାଷ୍ଟ୍ରର ଚିନ୍ତା ବଢାଇ ଦେଇଛି।

ଭାରତୀୟ ସରକାରୀ ତୈଳ କମ୍ପାନୀମାନେ ସେମାନଙ୍କ ସଦ୍ୟତମ ଟେଣ୍ଡରରେ ଯୁକ୍ତରାଷ୍ଟ୍ର ବଦଳେ ଆଫ୍ରିକୀୟ ଦେଶ ନାଇଜେରିଆରୁ ତୈଳ କ୍ରୟ କରିଛନ୍ତି। ଏମିତିରେ ଭାରତ କେବେ କେମିତି ନାଇଜେରିଆରୁ ତୈଳ ଆମଦାନୀ କରିଥାଏ। ହେଲେ ଏଥର ଆମଦାନୀ ଯୁକ୍ତରାଷ୍ଟ୍ରକୁ ଚିନ୍ତାରେ ପକାଇଛି। କାରଣ ଭାରତ ଆମେରିକା ବଦଳେ ପ୍ରଥମ ଥର ନାଇଜେରିୟ ତୈଳ କୁ ଗୁରୁତ୍ୱ ଦେଇଛି। ବିଜନେସ ଇସାଇଡର ଆଫ୍ରିକା ରିପୋର୍ଟ ଅନୁସାରେ ଏହି ରଣନୈତିକ ପରିବର୍ତ୍ତନରେ ୨ ମିଲିୟନ ବ୍ୟାରଲ ପଶ୍ଚିମ ଆଫ୍ରିକୀୟ ଅଶୋଧିତ ତୈଳ ଓ ୧ ମିଲିୟନ ଅଶୋଧିତ ତୈଳ ମଧ୍ୟ କିଣିଛି।

ଏହା ଭାରତର ଇନ୍ଧନ ଆମଦାନୀରେ ବିବିଧତା ଆଣିବା ଓ ପାରମ୍ପରିକ ଯୋଗାଣକର୍ତ୍ତାଙ୍କ ଉପରେ ନିର୍ଭରତା ହ୍ରାସ ଦିଗରେ ଏକ ପଦକ୍ଷେପ ବୋଲି ବୁଝାଯାଉଛି। ଏଥିରେ ଯୁକ୍ତରାଷ୍ଟ୍ରରୁ କ୍ରୟ ହ୍ରାସ କରିବା ନିଷ୍ପତ୍ତି ଭାରତର ଆମଦାନୀ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଂକେତ ଦେଉଛି। ଏହା ପୂର୍ବରୁ ଆଇଓସି ଯୁକ୍ତରାଷ୍ଟ୍ରରୁ ୫ ମିଲିୟନ ବ୍ୟାରଲ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ (ଡବ୍ଲୁଟିଆଇ) ଅଶୋଧିତ ତୈଳ କ୍ରୟ କରିଥିଲା।

ଯୁକ୍ତରାଷ୍ଟ୍ର ଆଦାନୀକୁ ଟାଳିଯିବା କାରଣରୁ ଦକ୍ଷିଣ ଆଫ୍ରିକୀୟ ତୈଳ ପ୍ରତି ଭାରତର ଆଗ୍ରହ ଆହୁରି ବଢି ଯାଇଛି। ଏହି ପରିବର୍ତ୍ତନ ଏକ ଏପରି ସମୟରେ ହୋଇଛି ଯେତେବେଳେ ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭରେ ଋଷିଆରୁ ରିହାତି ଦରରେ ଅଶୋଧିତ ତୈଳଆମଦାନୀରେ ଭାରତ ଏକନମ୍ବର ଗ୍ରାହକ ପାଲଟିଥିଲା। ଏହା ଦ୍ୱାରା ଭାରତ ପାଶ୍ଚାତ୍ୟ କଟକଣାକୁ ଟାଳି ତଳ ଉପର ହେଉଥିବା ବୈଶ୍ୱିକ ଇନ୍ଧନ ମୂଲ୍ୟରୁ ନିଜକୁ ସୁରକ୍ଷିତ ରଖିଥିଲା।