LIVE TV

ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା, ଶୁଭମନ ଗିଲ୍ ଅଧିନାୟକ, ଉପ-ଅଧିନାୟକ ଜାଡେଜା

NEWS7
team

ମୁମ୍ୱାଇ ୨୫/୦୯: ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା । ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ବରେ ଦଳ ଘୋଷଣା । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଉପଅଧିନାୟକ ଦାୟିତ୍ୱ । ଆହତ ଜନିତ କାରଣ ପାଇଁ ଋଷଭ ପନ୍ତ ସ୍ଥାନ ପାଇଲେ ନାହିଁ । ୱିକେଟ କିପର ତାଲିକାରେ ଧ୍ରୁବ ଜୁରେଲଙ୍କ ସହ ଏନ୍‌ ଜଗଦିଶାନ । ବାଦ ପଡ଼ିଲେ କରୁଣ ନାୟର lଦଳକୁ ଫେରିଲେ ଦେବଦତ୍ତ ପାଡିକଲ । 

Shubman Gill in a cricket uniform, raising a fist in celebration. A list of names including Shubman Gill, Yashasvi Jaiswal, KL Rahul, Sai Sudharsan, Devdutt Padikkal, Dhruv Jurel, Ravindra Jadeja, Washington Sundar, Jasprit Bumrah, Akar Patel, Nitish Kumar Reddy, Rishabh Pant, Mohammed Siraj, Prasidh Krishna, and Kuldeep Yadav appears on the left. A background image of the Hawa Mahal in Jaipur is visible. The text "INDIA\'S SQUAD WEST INDIES TOUR OF INDIA TEST SERIES 2025" and "#INDvWI" is overlaid.

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ । 

କରୁଣ ନାୟାରଙ୍କୁ ସିରିଜ୍ ପାଇଁ ଦଳରେ ସାମିଲ କରାଯିବ ନାହିଁ ବୋଲି ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା । ଇଂଲଣ୍ଡ ଗସ୍ତରେ ତାଙ୍କର ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନଥିଲା, ଏବଂ ଠିକ୍ ତାହା ହିଁ ଘଟିଛି । ଏହି ସମୟରେ, ଇଂଲଣ୍ଡ ଗସ୍ତ ପାଇଁ ଦଳରୁ ବାଦ ପଡ଼ିଥିବା ଅକ୍ଷର ପଟେଲ ଫେରିଛନ୍ତି । ଦେବଦତ୍ତ ପାଡିକଲ ମଧ୍ୟ ଦଳକୁ ଫେରିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ୧୫ ଜଣିଆ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କିଷ୍ଣା, କୁଲଦୀପ ଯାଦବ ।