News7 Logo

ନାଭାରୋଙ୍କ ବ୍ରାହ୍ଣଣଙ୍କ ଉପରେ ଟିପ୍ପଣୀ ଉପରେ ଭାରତର କଡ଼ା ଜବାବ, ରଣଧୀର କହିଲେ- ଭୁଲ ଓ ବିଭ୍ରାନ୍ତିକର

NEWS7
JAISWAL

​​​​​​​ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟିକ ପରାମର୍ଶଦାତା ପିଟର୍ ନାଭାରୋଙ୍କ ଟିପ୍ପଣୀ ଉପରେ ଭାରତ କଡ଼ା ଜବାବ ଦେଇଛି । ରୁଷ ତେଲରୁ ଲାଭ ପ୍ରସଙ୍ଗରେ ନାଭାରୋ ବ୍ରାହ୍ଣଣଙ୍କୁ ଲାଭଖୋର୍ ବୋଲି କହିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବେ ତାଙ୍କର ଏହି ବୟାନକୁ ଭୁଲ ଓ ବିଭ୍ରାନ୍ତିକର ବୋଲି କହିଛି । ରଣଧୀର ଜୟସ୍ୱାଲ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଓ ଆମେରିକାର ସମ୍ପର୍କ ଗଭୀର ଓ ଏହାକୁ ବିଭ୍ରାନ୍ତିକର ବୟାନରେ ପ୍ରଭାବିତ କରାଯାଇପାରିବ ନାହିଁ । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚୀନ ରାଷ୍ଟ୍ରପତି ଗୁପ୍ତ ଚିଠି ଲେଖିଥିବା ନେଇ ବ୍ଲୁମବର୍ଗର ରିପୋର୍ଟକୁ ମଧ୍ୟରେ ସେ ଭୁଲ ବୋଲି କହିଛନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ବିରୋଧ ପ୍ରଦର୍ଶନ ଉପରେ ବି ବିଦେଶ ମନ୍ତ୍ରଣାଳୟ ମତ ରଖିଛି ।

ଜୟସ୍ୱାଲ କହିଛନ୍ତି, ଭାରତ ଓ ଆମେରିକା ବ୍ୟାପକ ଏବଂ ବୈଶ୍ୱିକ ରଣନୀତିର ସହଭାଗୀ ଅଛନ୍ତି । ଏହି ସହଭାଗୀତା ପାରସ୍ପାରିକ ହିତ, ଗଣତାନ୍ତ୍ରିକ ମୂଲ୍ୟ ଓ ଲୋକଙ୍କ ମଧ୍ୟରେ ମଜଭୁତ ସମ୍ପର୍କ ଉପରେ ଆଧାରିତ ଅଟେ । ସେ କହିଛନ୍ତି ଯେ ଦୁଇ ଦେଶର ସମ୍ପର୍କ ଅନେକ ପରିବର୍ତ୍ତନ ଓ ଆହ୍ୱାନ ଦେଇ ଗତି କରୁଛି, କିନ୍ତୁ ସବୁବେଳେ ମଜଭୁତ ରହିଛୁ । ପାରସ୍ପାରିକ ସମ୍ମାନ ଓ ହିତ ଆଧାରରେ ଏହି ସହଭାଗୀତା ବଢିବ ବୋଲି ସେ କହିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଣିଜ୍ୟ ପ୍ରସଙ୍ଗରେ ଭାରତ, ଆମେରିକା ସହିତ ନିରନ୍ତର ଆଲୋଚନା କରୁଛି । ସେ କ୍ୱାଡ୍ (ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ) କୁ ସାଧାରଣ ସ୍ୱାର୍ଥ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ସଦସ୍ୟ ରାଷ୍ଟ୍ରଗୁଡ଼ିକମଧ୍ୟରେ କୂଟନୈତିକ ପରାମର୍ଶ ପରେ ଶୀର୍ଷ ନେତାଙ୍କ ମଧ୍ୟରେ ଶିଖର ସମ୍ମିଳନୀ ସ୍ଥିର କରାଯିବ । ୟୁକ୍ରେନ ବିବାଦ ଉପରେ ସାମ୍ପ୍ରତିକ ଶାନ୍ତି ପ୍ରୟାସକୁ ଜୟସ୍ୱାଲ ସ୍ୱାଗତ କରିଛନ୍ତି । ସମସ୍ତ ପକ୍ଷ ଗଠନମୂଳକ ଉପାୟରେ ଆଗକୁ ବଢ଼ନ୍ତୁ ବୋଲି ଭାରତ ଚାହେଁ । ସଂଘର୍ଷ ଶୀଘ୍ର ଶେଷ ହେବା ଉଚିତ ଏବଂ ୟୁକ୍ରେନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବା ଉପରେ ସେ ଭାରତ ନୀତିକୁ ଦୋହରାଇଥିଲେ ।

ପିଟର ନାଭାରୋ କ’ଣ କହିଥିଲେ?

ନାଭାରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତି ଘନିଷ୍ଠ । ନାଭାରୋ ରୁଷଠାରୁ ତେଲ କିଣିବା ପାଇଁ ଭାରତକୁ ସମାଲୋଚନା କରିଥିଲେ । ସେ କହିଥିଲେ, ୟୁରୋପ, ଆଫ୍ରିକା ଏବଂ ଏସିଆର ବଜାରରେ ରୁଷ ତେଲ ବିକ୍ରୟ କରି ଭାରତ ବିପୁଳ ଲାଭ ପାଉଛି । ରୁଷୟ ତେଲ କ୍ରୟ ଯୋଗୁଁ ଭାରତରେ କେବଳ ବ୍ରାହ୍ମଣମାନେ ଲାଭବାନ ହେଉଛନ୍ତି ବୋଲି କହିଥିଲେ ।