LIVE TV

ଏସିଆ କପ୍ ୨୦୨୫, ଦୁବାଇରେ ଆଜି ଭାରତ-ପାକିସ୍ତାନ ଫାଇଟ୍

NEWS7
match

ମୁମ୍ବାଇ ୨୧।୦୯ : ଏସିଆ କପ୍ ୨୦୨୫ । ଏଥର ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ସୁପର-୪ ଲଢ଼େଇରେ ପରସ୍ପରକୁ ଭେଟିବେ। ସୁପର ସନଡେ ସୁପର ମୁକାବିଲା ଲିଗ୍ ଲଢ଼େଇର ପୁନରାବୃତ୍ତି ହେବ ବୋଲି ଆଶା କରାଯାଉଛି। ପାକିସ୍ତାନ ପ୍ରତିଶୋଧ ନେବାକୁ ଏବଂ ଭାରତ ତାର ଦବଦବାକୁ କାଏମ ରଖିବାକୁ ମଇଦାନକୁ ଓହ୍ଲାଇବ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ମଧ୍ୟ ଆଉ ଏକ ମହାମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିଛି। ପୁଣି ଚର୍ଚ୍ଚିତ କରମର୍ଦ୍ଦନ ବିବାଦ ପରେ ଉଭୟ ଦଳ ନିଜ ନିଜ କମାଲ ଦେଖାଇବାକୁ ବ୍ୟଗ୍ର ଥିଲା ବେଳେ ସାରା ବିଶ୍ବର ନଜର ମଧ୍ୟ ରବିବାରର ଏଇ ହାଇଭୋଲ୍ ଟେଜ୍ ମ୍ୟାଚ୍ ଉପରେ ରହିଛି। ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ସହଜରେ ପାକିସ୍ତାନକୁ ଧରାଶାୟୀ କରିଥିଲା। ସୁପର-୪ରେ କିନ୍ତୁ ଟିମ୍ ଇଣ୍ଡିଆକୁ ପାକିସ୍ତାନ କଡ଼ା ଟକ୍କର ଦେଇପାରେ। ସୂର୍ଯ୍ୟକୁମାର ଯାଦବଙ୍କ ସଫଳ ବାହିନୀ କିନ୍ତୁ ପୂର୍ବ ମ୍ୟାଚ୍ ଭଳି ଏହି ମ୍ୟାଚ୍ କୁ ମଧ୍ୟ ଅନାୟାସରେ ଜିତିବ ବୋଲି ଭାରତୀୟ ପ୍ରଶଂସକ ଆଶା କରିଛନ୍ତି। ଏସିଆ କପ୍ ସଫଳତା, ଦଳୀୟ ସନ୍ତୁଳନ ଓ ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଏହି ମ୍ୟାଚରେ ମଧ୍ୟ ଭାରତର ପଲା ଭାରି ରହିବ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ କୁ ଭାରତ ୭ ୱିକେଟରେ ଜିତିବା ପରେ ଭାରତୀୟ ଖେଳାଳିମାନେ ସେମାନଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ହାତମିଳାଇବାକୁ ମନା କରି ଦେଇଥିଲେ। ଏହାପରେ ପାକିସ୍ତାନ, ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ପୂରା ପ୍ରତିଯୋଗିତାରୁ ବାଦ ଦେବା ଜିଦରେ ଅଟଳ ରହିଥିଲା ତେବେ ମ୍ୟାଚ ପାଇଁ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ ରେଫରି ହେବେ। ଏଥିରେ ପାକିସ୍ତାନ ଅସନ୍ତୁଷ୍ଟ ହୋଇଛି । ସୁପର-୪ ମ୍ୟାଚ ପୂର୍ବରୁ ପାକିସ୍ତାନ ତାର ପ୍ରସ୍ତାବିତ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ଦେଇଛି।