ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜମି ଅଦଳବଦଳ ହୋଇଛି। ବାଂଲାଦେଶର ଲୋକମାନେ ଏହାକୁ ଭାରତର ଇଦ୍ ଉପହାର ବୋଲି କହିଛନ୍ତି। ଭାରତ ସୀମା ଠାକୁରଗାଓଁର ରାନିଶାଙ୍କୋଇ ଅଞ୍ଚଳରେ ୫୬.୮୬ ଏକର ଜମି ବାଂଲାଦେଶକୁ ହସ୍ତାନ୍ତର କରିଛି। ଏହାର ଜବାବରେ ଭାରତ ମଧ୍ୟ ବାଂଲାଦେଶରୁ ୧୪.୬୮ ଏକର ଜମି ବଦଳି ଦେଇଛି।
ଭାରତ ପକ୍ଷରୁ ବିଏସଏଫ (ସୀମା ସୁରକ୍ଷା ବଳ) ଏବଂ ବାଂଲାଦେଶ ପକ୍ଷରୁ ବିଜିବି (ବର୍ଡର ଗାର୍ଡ ବାଂଲାଦେଶ) ମଧ୍ୟରେ ଫ୍ଲାଗ ମିଟିଂରେ ଜମି ଅଦଳବଦଳ ହୋଇଥିଲା। ୧୯୭୪ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜମି ବଦଳି ପାଇଁ ଏକ ଚୁକ୍ତିନାମା ହୋଇଥିଲା, କିନ୍ତୁ ରାନିଶାଙ୍କୋଇକୁ ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା।
ଭାରତ ବାଂଲାଦେଶକୁ ଦେଇଥିବା ଜମିକୁ ଖାତା ଖାତିଆନ୍(ସରକାରୀ ଜମି) କୁହାଯିବ। ଏହି ଜମି ମଧ୍ୟରୁ ୪୮.୧୨ ଏକର ଚାଷ ଯୋଗ୍ୟ, ୬.୮୭ ଏକର ଚା’ ଚାଷ ଏବଂ ୧.୮୭ ଏକର ନଦୀ ପଠା ପଟୁ ଅଞ୍ଚଳ।
ବିଜିବି କ୍ୟାପଟେନ ଲେଫ୍ଟନାଣ୍ଟ କର୍ଣ୍ଣଲ ତଞ୍ଜିର ଅହମ୍ମଦ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଜମି ବଦଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହୋଇଛି। ଆମକୁ ତ ଇଦ୍ର ଉପହାର ମିଳିଛି। ଏଥିପାଇଁ ଆମେ ବିଏସ୍ଏଫ୍କୁ ଧନ୍ୟବାଦ ଦେଉଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଏହି ଭାଗରେ ଆମର ଜମି ଅଛି ବୋଲି ଆମେ ପୁରୁଣା ଲୋକଙ୍କ ଠାରୁ ଶୁଣି ଆସୁଥିଲୁ, ବର୍ତ୍ତମାନ ଆମେ ସେଠାକୁ ଯାଇ ଚାଷ କାର୍ଯ୍ୟ କରିପାରିବୁ ବୋଲି ତଞ୍ଜିର ଅହଦ କହିଛନ୍ତି।
ବାଂଲାଦେଶର ଅନ୍ୟ ୮ ଟି ଜିଲ୍ଲାରେ ଜମି ଭାଗ ପାଇଁ ସର୍ଭେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଜମି ବଦଳି ହେବ। ଏହି ସର୍ଭେରେ ବିଏସ୍ଏଫ୍, ବିଜିବି ସହିତ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ସାମିଲ ହେବେ। ବର୍ଷ ଶେଷ ସୁଦ୍ଧା ଏହି ସର୍ଭେ ଶେଷ ହେବ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ୨୦୧୫ରେ ଲାଣ୍ଡ ବାଉଣ୍ଡ୍ରୀ ଏଗ୍ରୀମେଣ୍ଟରେ ବାଂଲାଦେଶ ଓ ଇଣ୍ଡିଆ ମଧ୍ୟରେ ଜମି ବଦଳି ପାଇଁ ଚୁକ୍ତି ହୋଇଥିଲା। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର କାଚ୍ଚାଥିବୁ ଦୀପକୁ ନେଇ ଟାର୍ଗେଟ୍ କରିଥିବା ବେଳେ କଂଗ୍ରେସ ମଧ୍ୟ ବାଂଲାଦଶକୁ ଭାରତ ଦେଇଥିବା ଭୂମିକୁ ନେଇ ଟାର୍ଗେଟ୍ କରିଥିଲା। ବାଂଲାଦେଶକୁ ଜମି ବଦଳି କରିବାରୁ ଭାରତର ୧୦,୦୫୧ ଏକର ଜମି କମିଗଲା।
୨୦୧୫ରେ ମୋଦୀ ସରକାର ବାଂଲାଦେଶ ସହ ଲାଣ୍ଡ ବାଉଣ୍ଡ୍ରୀ ଏଗ୍ରୀମେଣ୍ଟ ସାଇନ୍ କରିବା ସହ ଚୁକ୍ତି ଅନୁସାରେ ବର୍ଡରରେ ଥିବା ୧୭,୧୬୧ ଏକର ଏରିଆ ବାଂଲାଦେଶକୁ ଦେଇଥିଲା ଭାରତ। ଅନ୍ୟପଟେ ବାଂଲାଦେଶ ଭାରତକୁ ମାତ୍ର ୭,୧୧୦ ଏକର ଦମି ବଦଳି ଦେଇଥିଲା। ଫଳରେ ଭାରତର ୧୦,୦୫୧ ଏକର ଜମି କମିଯାଇଥିଲା। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଥିଲା।
ସେପଟେ ୧୯୭୦ ମସିହାରେ କଂଗ୍ରେସ ସମୟରେ ଭାରତ ଶ୍ରୀଲଙ୍କାକୁ ୨୮୫ ଏକରର କାଚ୍ଚଥିଭୁ ଦ୍ୱୀପ ଦେଇଥିଲା। ଦ୍ୱୀପଟି ମାନବ ସମାଜ ରହିଲା ଭଳି ସୁବିଧା ନାହିଁ। ଏଠାର ପାନୀୟ ଜଳ ନ ରହିବା ସହ ଚାରିଆଡ଼େ କେବଳ ପଥର ରହିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ଏହାକୁ ନେଇ ଶ୍ରୀଲଙ୍କ ମଧ୍ୟ ପ୍ରତିକ୍ରିୟା ଦେଇଥିଲା।