LIVE TV

ମହାକାଶରେ ବିଦେଶ ଉପଗ୍ରହର ସନ୍ଦିଗ୍ଧ ଗତିବିଧି, ୫୦ ‘ବଡିଗାର୍ଡ’ ସାଟେଲାଇଟ୍ ପଠାଇବାକୁ ଭାରତର ପ୍ରସ୍ତୁତି

NEWS7
satellite

ନୂଆଦିଲ୍ଲୀ: ମହାକାଶରେ ନିଜ ଉପଗ୍ରହଗୁଡ଼ିକୁ ବାହ୍ୟା ଆକ୍ରମଣରୁ ସୁରକ୍ଷା କରିବା ପାଇଁ ଭାରତ ନୂଆ ଯୋଜନା ଉପରେ କାମ କରୁଛି । ଶତ୍ରୁ ଦେଶର ଉପଗ୍ରହଠାରୁ ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଏହି ଯୋଜନାର ଉଦ୍ଦେଶ୍ୟ । ନିକଟରେ ଏକ ବିଦେଶୀ ଉପଗ୍ରହ ଭାରତର ଏକ ଉପଗ୍ରହର ଅତି ନିକଟକୁ ଆସିଥିଲା । ଯେଉଁଥି ପାଇଁ ଏପରି ରଣନୀତି ଏବେ ଜରୁରୀ ହୋଇପଡ଼ିଛି ।

ସୂତ୍ର ଅନୁସାରେ କେନ୍ଦ୍ର ସରକାର ଏବେ ବଡିଗାର୍ଡ ଉପଗ୍ରହ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏହି ସାଟେଲାଇଟ୍ ଭାରତୀୟ ଉପଗ୍ରହଗୁଡ଼ିକ ନିକଟରେ ରହି ବିପଦରୁ ରକ୍ଷା କରିବା ସହ ସନ୍ଦିଗ୍ଧ ଗତିବିଧିକୁ ଚିହ୍ନଟ କରିବ । ଖବର ଅନୁସାରେ ୨୦୨୪ ମଧ୍ୟ ସମୟରେ ଏକ ପଡ଼ୋଶୀ ଦେଶର ଉପଗ୍ରହ ମାତ୍ର ଏକ କିଲୋମିଟର ଦୂରରୁ ଅତିକ୍ରମ କରିଥିଲା । ଭାରତର ଯେଉଁ ଉପଗ୍ରହ ନିକଟରେ ପଡ଼ୋଶୀ ଦେଶର ଉପଗ୍ରହଣ ଅତିକ୍ରମ କରିଥିଲା, ତାହା ପ୍ରତିରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ପୃଥିବୀର ନୀରିକ୍ଷଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରଦାନ କରିଥାଏ ।

ଉପଗ୍ରହଗୁଡ଼ିକ ମଧ୍ୟରେ ଧକ୍କା ହୋଇ ନଥିଲା । କିନ୍ତୁ ବିଶେଷଜ୍ଞଙ୍କ ମତ ଯେ ଏହା କେବଳ ଏକ ସଂଯୋଗ ନଥିଲା ବରଂ ଏକ ଶକ୍ତି ପ୍ରଦର୍ଶନ ଥିଲା । ଅନ୍ୟ ଦେଶ ମହାକାଶରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲା। ଏହି ଘଟଣା ଭାରତର ଜାତୀୟ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦକୁ ସାମନାକୁ କରିଥିଲା । ତେବେ ISRO କିମ୍ୱା ମହାକାଶ ବିଭାଗ ଏହି ଘଟଣା ଉପରେ ଔପଚାରିକ ଭାବରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ଉପଗ୍ରହ ସୁରକ୍ଷା ପରିଯୋଜନା ଅନୁସାରେ ଭାରତ ମହାକାଶରେ ନିଜ ସୁରକ୍ଷା ଭିତ୍ତିଭୂମିକୁ ମଜଭୁତ କରିବାକୁ ଚାହୁଁଛି । ଏହା ଅଧିନରେ ପ୍ରାୟ ୨୭ ହଜାର କୋଟି ଟଙ୍କାରେ ୫୦ଟି ବଡିଗାର୍ଡ ଉପଗ୍ରହ ପଠାଯିବ । ଆସନ୍ତା ବର୍ଷା ପ୍ରଥମ ଉପଗ୍ରହର ଉତ୍‌କ୍ଷେପଣ ହୋଇପାରେ । ଭାରତର ପଡ଼ୋଶୀ ଚୀନ ଓ ପାକିସ୍ତାନ ସହ ବିବାଦ ରହିଛି । ପାକିସ୍ତାନ ପାଖରେ କେବଳ ୮ଟି ଉପଗ୍ରହ ଅଛି । ଭାରତ ପାଖରେ ଶହେରୁ ଅଧିକ ଉପଗ୍ରହ ରହିଛି । କିନ୍ତୁ ଏହି ମାମଲାରେ ଚୀନ ୯୩୦ ଉପଗ୍ରହ ସହ ସବୁଠୁ ଆଗରେ ରହିଛି ।   

ଭାରତ ଓ ଆମେରିକା ଉଭୟ ଦେଶର ଅଧିକାରୀ ପୂର୍ବରୁ ମହାକାଶରେ ଚୀନର ଗତିବିଧିକୁ ନେଇ ସତର୍କ କରାଇ ସାରିଛନ୍ତି । ଚୀନ ମହାକାଶରେ ବିପଦପୂର୍ଣ୍ଣ ଭାବେ ନିଜ ଉପସ୍ଥିତି ବଢାଉଛି । ଭାରତ ସରକାର ଏବେ ଷ୍ଟାର୍ଟଅପ୍ସ ସହ ମିଶି ବିପଦକୁ ଚିହ୍ନଟ କରିବାର ସମାଧାନ ଉପରେ କାମ କରୁଛନ୍ତି । ଯୋଜନା ଅନୁସାରେ ଲାଇଟ୍ ଡିଟେକ୍ସନ ଆଣ୍ଡ ରେଜିଂ ଟେକ୍ନୋଲଜି ଥିବା ଉପଗ୍ରହ ପ୍ରେରଣ କରାଯିବ । ଯାହା ସମ୍ଭାବ୍ୟ ବିପଦକୁ ଶୀଘ୍ର ଚିହ୍ନଟ କରି ଏହାର ମୁକାବିଲା କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ସମୟରେ ଇସ୍ରୋ ବଡ଼ ଭୂମିକା ଗ୍ରହଣ କରିଥିଲା । ଇସ୍ରୋ ଅଧ୍ୟକ୍ଷ କରିଥିଲେ ଯେ ଯୁଦ୍ଧ ସମୟରେ 400ରୁ ଅଧିକ ବୈଜ୍ଞାନିକ ଦିନ-ରାତି କାମ କରୁଥିଲେ । ପୃଥିବୀର ନୀରିକ୍ଷଣ କରୁଥିବା ଓ ସଂଚାର ଉପଗ୍ରହଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାମ କରୁଥିଲେ ।