LIVE TV

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ର କ୍ରେଜ, ୫୦ ଦିନ ପୂର୍ବରୁ ବିକ୍ରି ହୋଇଗଲା ଇଣ୍ଡିଆନ ଫ୍ୟାନ ଜୋନ୍‌ର ସବୁ ଟିକେଟ୍

NEWS7

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ସିରିଜ୍ ଆରମ୍ଭ ହେବାକୁ ଆହୁରି ୫୦ ଦିନ ବାକି ରହିଛି। ତେବେ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଏମିତି ଚରମରେ ପହଞ୍ଚିଛି ଯେ, ଇଣ୍ଡିଆନ ଫ୍ୟାନ ଜୋନର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଶନିବାର ଟିକେଟ୍ ସରି ଯାଇଥିବା ଘୋଷଣା କରିଛି। ଅନ୍ୟ ଷ୍ଟାଡିୟମର ଟିକେଟ୍ ମଧ୍ୟ ବହୁଳ ମାତ୍ରାରେ ବିକ୍ରି ଚାଲିଥିବା ବୋର୍ଡ ସୂଚନା ଦେଇଛି।

ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, କ୍ରିକେଟ୍ ଅଷ୍ଟ୍ରେଲିଆକୁ ଏହା ଜଣାଇବାରେ ଖୁସି ଅନୁଭବ ହେଉଛି ଯେ ଭାରତ ବିପକ୍ଷ ଆଗାମୀ ପୁରୁଷ ଦିନିକିଆ ସିରିଜ୍ ପାଇଁ ସମସ୍ତ ଆଠ ଭେନ୍ୟୁରେ ଥିବା ଇଣ୍ଡିଆନ ଫ୍ୟାନ ଜୋନର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ଏହା ବ୍ୟତୀତ ସିଡନୀ ଓ କାନବେରାରେ ହେବାକୁ ଥିବା ମ୍ୟାଚ୍‌ର ସର୍ବସାଧାରଣ ଟିକେଟ୍ ମଧ୍ୟ ବିକ୍ରି ହୋଇ ସାରିଛି। 

Also read: ରାଜସ୍ଥାନ ରୟାଲ୍ସର ହେଡ୍‌ କୋଚ୍‌ ପଦରୁ ରାହୁଲ ଦ୍ରାବିଡ ଇସ୍ତଫା, ଭାବବିହ୍ୱଳ ହୋଇ ପୋଷ୍ଟ ସେୟାର କଲା ଫ୍ରାଞ୍ଚାଇଜ୍

ଭାରତ ବିପକ୍ଷ ଦିନିକିଆ ସିରିଜ୍ ଅକ୍ଟୋବର ୧୯ରେ ଆରମ୍ଭ ହେବ। ଏହି ତିନୋଟି ମୁକାବିଲା ପର୍ଥ, ଆଡିଲେଡ ଓ ସିଡନୀରେ ଖେଳାଯିବ। ଏହା ପରେ ଡିସେମ୍ବରରେ ଘରୋଇ ମଇଦାନରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ୨୦୨୬ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ଥର, ଆଫଗାନିସ୍ତାନ, ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଥରୁଟିଏ ଦିନିକିଆ ସିରିଜ୍ ଖେଳିବ।

କ୍ରିକେଟ୍ ଅଷ୍ଟ୍ରେଲିଆର କାର୍ଯ୍ୟକାରୀ ମହାପ୍ରବନ୍ଧକ  ଜୋଏଲ ମରିସନ କହିଛନ୍ତି, ଆଠ ଆୟୋଜନ ସ୍ଥଳରେ ଭାରତୀୟ ଫ୍ୟାନ ଜୋନକୁ ମିଳୁଥିବା ଜତରଦସ୍ତ ପ୍ରତିକ୍ରିୟାରେ ଆମେ ସମସ୍ତେ ବହୁତ ଉତ୍ସାହିତ। ଏହି ସିରିଜ୍ ପ୍ରତି ବଢୁଥିବା ଲୋକପ୍ରିୟତା ଓ ପ୍ରଶଂସକଙ୍କ କ୍ରୀଡ଼ା ପ୍ରତି ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ଦେଖି ଅବିଭୂତ।