ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନ, କଟକର ବିଭିନ୍ନ ଆସନରୁ ନାମାଙ୍କନ ଭରିଲେ ଏକାଧିକ ସ୍ବାଧୀନ ପ୍ରାର୍ଥୀ

Published By : Prameya-News7 Bureau | May 06, 2024 IST

କଟକ: ରାଜ୍ୟରେ ହେବାକୁ ଥିବା ତୃତୀୟ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ ଅବଧି ସମାପ୍ତ ହୋଇଛି। ଆଉ ଶେଷ ଦିନରେ  କଟକ ଲୋକସଭା, ବାରବାଟୀ କଟକ, ଚୌଦ୍ବାର କଟକ ଓ କଟକ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ସରିଛି। 

ତେବେ ଶେଷ ଦିନରେ ଏହି ସବୁ ଆସନ ପାଇଁ ବିଜେପି, କଂଗ୍ରେସ ବ୍ୟତୀତ ଏକାଧିକ ସ୍ବାଧୀନ ପ୍ରାର୍ଥୀ ଓ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଚୌଦ୍ବାର କଟକ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ହେମନ୍ତ ସାହୁ, ବିପ୍ଳବ ନନ୍ଦ ଓ ରୁପାଲୀ ଲେଙ୍କା ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଅତି ସାଧାରଣ ପରିପାଟିରେ ଧୋତି ପିନ୍ଧି, ମୁଣ୍ଡରେ ଠେକା ଭିଡି ନାମାଙ୍କନପତ୍ର ଦାଖଲ ପାଇଁ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ସ୍ବାଧୀନ ପ୍ରାର୍ଥୀ ରୁପାଲୀ ଲେଙ୍କା ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ରୁପାଲୀ ଚୌଦ୍ବାର କଟକରୁ ବିଜେଡି ଆଶାୟୀ ପ୍ରାର୍ଥୀ ଥିଲେ। ଟିକେଟ ନମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବାରବାଟୀ କଟକ ଆସନ ପାଇଁ ଆମ୍ ଆଦମୀ ପାର୍ଟିର ଅଶୋକ ଷଡ଼ଙ୍ଗୀ ଓ ଏସ୍ ୟୁ ସି ଆଇ ର ଅକ୍ଷୟ ରାଉଳଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ସଞିତ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସଞ୍ଚିତ ସାମଲ ରିକ୍ସାରେ ଶୋଭାଯାତ୍ରାରେ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.