MP ହେଲେ ଗରିବଙ୍କୁ ୧୦ ଲକ୍ଷ, ୫ ବର୍ଷ ଯାଏ ମାଗଣା ଖାଦ୍ୟର ପ୍ରତିଶ୍ରୁତି ଦେଉଥିଲେ; ବାଇକ୍ ଖରାପ ହେବାରୁ ନାମାଙ୍କନ ଭରିପାରିଲେନି ନେତା

Published By : Prameya-News7 Bureau | March 28, 2024 IST

NDTV

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ମୋଟ ୧୦୨ ଆସନ ପାଇଁ ଭୋଟିଂ ହେବ । ଏଥିରେ ଉତ୍ତର ପ୍ରଦେଶର ମୁଜଫରନଗର ଲୋକସଭା ଆସନ ସାମିଲ ରହିଛି । ବୁଧବାର (ମାର୍ଚ୍ଚ ୨୭) ପ୍ରଥମ ଫେଜ ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ଉତ୍ତର ପ୍ରଦେଶର ୮ ଆସନ ପାଇଁ ନାମାଙ୍କନ ଦାଖଲ କରାଯାଇଛି । କିନ୍ତୁ ଜଣେ ନିର୍ଦଳୀୟ ପ୍ରାର୍ଥୀ କେବଳ ଏଥିପାଇଁ ନାମାଙ୍କନ ଦାଖଲ କରିପାରିଲେ ନାହିଁ, କାରଣ ଠିକ୍ ସମୟରେ ତାଙ୍କ ବାଇକ୍ ଖରାପ ହୋଇଗଲା ।

ନିର୍ଦଳୀୟ ପ୍ରାର୍ଥୀଙ୍କ ନାଁ ଆନନ୍ଦ କୁମାର । ସେ ପେଶାରେ ଜଣେ ଆଇନଜୀବୀ ଏବଂ ମୁଜଫରନଗରରୁ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ । କିନ୍ତୁ ଠିକ୍ ସମୟରେ ନାମାଙ୍କନ ଫର୍ମ ଦାଖଲ ନକରିପାରିବା କାରଣରୁ ତାଙ୍କ ସ୍ୱପ୍ନ ଆଧୁରା ରହିଗଲା । ବାଇକ୍ ଖରାପ ହୋଇଯିବା କାରଣରୁ ଠିକ୍ ସମୟରେ ଜିଲ୍ଲା କଲେକ୍ଟରଙ୍କ ଅଫିସ ପହଞ୍ଚି ପାରି ନଥିଲେ ।

ଆନନ୍ଦ କୁମାର ମିଡିଆଙ୍କୁ କହିଛନ୍ତି, 'ଯେତେବେଳ ମୁଁ ନାମାଙ୍କନ ଦାଖଲ ପାଇଁ ମୁଜଫରନଗର ଜିଲ୍ଲା କଲେକ୍ଟର ଅଫିସ ଯାଉଥିଲି, ସେତେବେଳେ ମୋର ବାଇକ୍ କ୍ଲଚ୍ ତାର ଛିଡ଼ି ଯାଇଥିଲା । ଏହି କାରଣରୁ କଲେକ୍ଟର ଅଫିସର ପହଞ୍ଚିବା ବେଳକୁ ଏକ ଘଣ୍ଟା ବିଳମ୍ୱ ହୋଇଥିଲା । ସେତେବେଳକୁ ନାମାଙ୍କନ ଦାଖଲ ସମୟ ଶେଷ ହୋଇ ସାରିଥିଲା ।' 

ତେବେ ଆନନ୍ଦ କୁମାର ଜନତାଙ୍କ ପାଇଁ ଦେଇଥିବା ପ୍ରତିଶ୍ରୁତି ଚର୍ଚ୍ଚାରେ ରହିଛି

-ବେରୋଜଗାରୀ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟ

-ମହିଳାଙ୍କୁ ବସରେ ମାଗଣା ଯାତ୍ରା କରାଇବା ଉଦ୍ଦେଶ୍ୟ

-ବରିଷ୍ଠ ନାଗରିକଙ୍କ ପେନସନ ବଢାଇବା

-ଗରିବଙ୍କୁ ସରକାରଙ୍କଠାରୁ ୧୦ ଲକ୍ଷ ଟଙ୍କା ଦେବା ଉଦ୍ଦେଶ୍ୟ

-ଗରିବ ଝିଅଙ୍କ ବିବାହରେ ମିଳୁଥିବା ରାଶିକୁ ୧ ଲକ୍ଷ ୧୦ ହଜାର କରିବା

-ଜନତାଙ୍କୁ ପୂରା ୫ ବର୍ଷ ଯାଏ ନିଜ ଟଙ୍କାରେ ଜଳଖିଆ, ଲଞ୍ଚ, ଡିନର ଦେବା ଉଦ୍ଦେଶ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.