ଦୁନିଆର ସବୁଠାରୁ ଅଧିକ ଗରମ ସ୍ଥାନ, ଜାଣନ୍ତୁ କେଉଁଠି ରହିଛି ?

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ ୨୮।୦୪: : ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ।  ଫେବୃଆରୀରୁ ଦେଶର ଅନେକ ସ୍ଥାନରେ ଗରମ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚରେ ମିଳିଥିଲା ସାମାନ୍ୟ ଆଶ୍ବସ୍ତି । କିନ୍ତୁ ପୁଣି ବଢିଛି ଗରମ । କିନ୍ତୁ ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ଗରମ ହୋଇଥାଏ । ଆସନ୍ତୁ ଜାଣିବା…

ବନ୍ଦର-ଏ-ମହଶହର:- ଇରାନର ବନ୍ଦର-ଏ-ମହଶହର ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ । ଜାଣି ଆଶ୍ଚର୍ଯ୍ୟ ହେବେ ଜୁଲାଇ ୨୦୧୫ରେ ଏହି ସ୍ଥାନର ସର୍ବାଧିକ ତାପମାତ୍ରା ୭୪ଡିଗ୍ରୀ ସେଲସିୟସ  ରେକର୍ଡ କରାଯାଇଥିଲା । ଏହାପୂର୍ବରୁ ଏଠାରେ ସର୍ବାଧିକ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହାବ୍ୟତୀତ ସର୍ବୋଚ୍ଚ ତାପମାତ୍ରା ଇରାନର ଦସ୍ତ-ଏ-ଲୁଟରେ ମଧ୍ୟ ରେକର୍ଡ କରାଯାଇଛି। ୨୦୦୩ ଏବଂ ୨୦୦୯ର ତଥ୍ୟ ଅନୁଯାୟୀ ଏଠାରେ ୭୦.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଏହି ସ୍ଥାନ ଗୁଡିକରେ କ କୌଣସି ମଣିଷ ବାସ କରନ୍ତିନି । 

ଛୋଟ କିବ୍ରୁଟଜ୍:- ଇସ୍ରାଏଲର ଫରାତ୍ ଜ୍ବିର ଛୋଟ କିବ୍ରୁଟଜ୍ ଏସିଆର ସବୁଠାରୁ ଉତ୍ତପ୍ତ ସ୍ଥାନ । ୧୯୪୨ରେ ଏଠାରେ ସର୍ବାଧିକ ତାପମାତ୍ରା ୫୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଏଠାରେ ସବୁଠାରୁ କମ୍ ତାପମାତ୍ର ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । 

ହାଲଫା:- ସୁଖାନର ୱାଡି ହାଲଫା ସହରରେ ବର୍ଷା ହୁଏନି । ଏହି ସହରରେ ସବୁଠାରୁ ଗରମ ସମୟ ହେଉଛି ଜୁନ୍ ମାସ । ଏହି ସହରର ହାରାହାରି ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ଏପ୍ରିଲ୍ ୧୯୬୭ରେ ଏହି ସହରରେ ରେକର୍ଡ ହୋଇଥିଲା ସବୁଠାରୁ ଉତ୍ତପ୍ତ ଦିନ ।   ଏହି ସମୟରେ ତାପମାତ୍ରା ୫୩ ଡିଗ୍ରୀ ।  

ତିମ୍ବୁକଟୁ:- ମାଲିର ତିମ୍ବୁକଟୁ ସହର ସହାରାର ଦକ୍ଷିଣ ସୀମାରେ ଅବସ୍ଥିତ । ଶୀତ ଋତୁରେ ମଧ୍ୟ ଏହି ସହର ଗରମ ରହିଥାଏ ।  ଜାନୁଆରୀରେ ଏହି ସହରର ହାରାହାରି ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏପର୍ଯ୍ୟନ୍ତ ଏଠାକାର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.