ଓଜନ ହ୍ରାସ ସର୍ଜରୀ ନେଲା ୨୬ ବର୍ଷିୟ ଯୁବକଙ୍କ ଜୀବନ, ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ ୨୮।୦୪: ବର୍ତମାନ ସମୟରେ ସମସ୍ତଙ୍କୁ ଘାରୁଛି ଓଜନ ହ୍ରାସ ଚିନ୍ତା । ଏଥିପାଇଁ କେହି ଡାଏଟ୍ କରୁଛନ୍ତି ତ ଆଉ କେହି କରୁଛନ୍ତି ସର୍ଜରୀ । କିନ୍ତୁ ଅନେକ ସମୟରେ ସର୍ଜରୀ କରିବା ପଡୁଛି ମହଙ୍ଗା । ଲୋକଙ୍କର ଜୀବନ ନେଉଛି ଏହି ସର୍ଜରୀ । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଓଜନ ହ୍ରାସ ସର୍ଜରୀ କରିବାରୁ ତାଙ୍କର ମୃତ୍ୟୁ ହୋଇଛି । 

ମୃତକ ଜଣକ ହେଉଛନ୍ତି ପୁଡୁଚେରୀର ହେମଚନ୍ଦ୍ରନ । ୨୬ ବର୍ଷିୟ ଏହି ବ୍ୟକ୍ତିଙ୍କର ଓଜନ ଥିଲା ୧୫୦ କିଲୋ । ସେ ଓଜନ ହ୍ରାସ ସର୍ଜରୀ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ କରିଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ତାମିଲନାଡୁ ସରକାର ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି । 

ହେମଚନ୍ଦ୍ରନ ମେଟାବଲିକ୍‌ ଓ ବାରିଆଟ୍ରିକ୍‌ ସର୍ଜରି ପାଇଁ ନିକଟରେ ପମ୍ମଲର ବିପି ଜୈନ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ସର୍ଜରି ଆରମ୍ଭ ହେବାର କିଛି ମିନିଟ୍‌ ପରେ ତାଙ୍କର ହାଟ୍ବିଟ୍ କମିବାକୁ ଲାଗିଥିଲା । ତାଙ୍କୁ ସଙ୍ଗେସଙ୍ଗେ କ୍ରୋମ୍‌ପେଟ ସ୍ଥିତ ରେଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଗଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଲେ । 

ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟମ୍‌ ତାଙ୍କ ପରିବାରକୁ ଏ ବିଷୟରେ ଫୋନ୍‌ରେ ସୂଚନା ଦେଲେ ଏବଂ ତାଙ୍କ ମୃତ୍ୟୁର ଯାଞ୍ଚ୍‌ ବିଷୟରେ ଆଶ୍ୱସ୍ତ କଲେ । ଷ୍ଟେଟ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ସର୍ଭିସେସ୍‌ର ପ୍ରାଥମିକ ଯାଞ୍ଚ୍‌ ଅନୁସାରେ, ମେଡିକାଲ ଟିମ୍‌ର ଅବହେଳା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.