ତିରୁଅନନ୍ତପୁରମ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ତିରୁଅନନ୍ତପୁରମ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଟିମ୍ ଗ୍ରୀଭ୍ସଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଛି । ବିଜୟ ପାଇଁ ଭାରତକୁ ୨୯୬ ରନ୍ ଆବଶ୍ୟକ ।

ଆଜିର ମ୍ୟାଚରେ ଭାରତ ଟସ୍ ଜିତି ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୱେଷ୍ଟଇଣ୍ଡିଜ୍ ଭଲ ଆରମ୍ଭ କରିଥିଲା । ଜନ୍ କ୍ୟାମ୍ପବେଲ୍ ଏବଂ ଜଷ୍ଟିନ୍ ଗ୍ରୀଭ୍ସ ପ୍ରଥମ ୱିକେଟ୍ ପାଇଁ ୧୩୫ ରନ୍ ଯୋଡ଼ିଥିଲେ । କୁଲଦୀପ ଯାଦବ କ୍ୟାମ୍ପବେଲଙ୍କୁ ଆଉଟ୍ କରି ଏହି ପାର୍ଟନରଶିପକୁ ଶେଷ କରିଥିଲେ । କ୍ୟାମ୍ପବେଲ୍ ୬୦ ବଲରୁ ୬ ଚୌକା ଏବଂ ୩ ଛକା ସହାୟତାରେ ୬୨ ରନର ଅବଦାନ ରଖିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ ଜଷ୍ଟିନ୍ ଗ୍ରୀଭ୍ସ ସର୍ବାଧିକ ୧୦୮ ବଲରୁ ୧୨ ଚୌକା ସହିତ ୧୦୧ ରନ କରିଥିଲେ ।