ବାରିପଦା ୧୩।୦୯ : ବାରିପଦା ଟାଉନ ଥାନା ବାଗଡ଼ିହା ଛକରେ ଅଘଟଣ । ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ । ଛୁରୀରେ ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳାଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁଳିଆପଦା ଥାନା ଗଉଡୁଣୀଡୁବା ଗାଁରେ ୪୫ ବର୍ଷୀୟ କାଟିଆ ନାଏକ ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ନାଏକ । ବାଗଡ଼ିହା ଛକରେ ବସି ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହେଉଥିଲା । ଏହି ସମୟରେ ହଠାତ୍ କଟିଆ ରାଗିଯାଇ ଏକ ଧାରୁଆ ଛୁରୀରେ ସ୍ତ୍ରୀର ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁକାନ୍ତି ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଦୌଡି ଆସି ତାଙ୍କ ରକ୍ତସ୍ରାବ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏପିରିକି ଯେଉଁଠୁ ରକ୍ତ ବାହାରୁଥିଲା, ସେହି ସ୍ଥାନାରେ ଏକ କପଡ଼ା ବାନ୍ଧିଥିଲେ । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ବେକରେ ଗଭୀର ଆଘାତ ବାଜିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

Also Read:-CM UAE Visit : ରାଜ୍ୟକୁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ, ୮ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି

ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଜେରା କରୁଛି ପୋଲିସ ।