ଭୁବନେଶ୍ୱର ୦୮।୦୭ : ରାଜଧାନୀରେ ଖୁଲମଖୁଲା ଚାଲିଛି ଜୁଆ ଖେଳ । ତାହା ପୁଣି ସହରର ଛାତି ଉପରେ। ଶହ ଶହ ଲୋକଙ୍କ ସମୁଖରେ। କାହାରିକୁ ଡର ନାହିଁ କି ଖାତିର ବି ନାହିଁ। ପୋଲିସକୁ ଭୟ ବି ନାହିଁ ।

ସ୍ଥାନ ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ ସାମ୍ନା । ଏହି ଅଞ୍ଚଳ ଉପରେ ତିନୋଟି ଥାନାର ନଜର ରହିଛି। ଖାରବେଳନଗର ଥାନା ସହ ଜିଆରପି ଓ ଆରପିଏଫ ଥାନା। ସବୁବେଳେ ଏଠାରେ ଲୋକଙ୍କ ଭିଡ । ଆଉ ଭିଡ ଭିତରେ ଯାତ୍ରୀଙ୍କୁ ଲୁଟୁଛନ୍ତି ଏହି ଜୁଆ ଖେଳାଳି । ଜୁଆ ଖେଳର ଏହି EXCLUSIVE ଭିଜୁଆଲ କେବଳ ନ୍ୟୁଜ ସେଭେନ କ୍ୟାମେରାରେ କଏଦ ହୋଇଛି। ଖୁଲମଖୁଲା ଚାଲିଛି ଜୁଆ ଖେଳ । କାହାରିକୁ ଡର ନାହିଁ କି ଖାତିର ବି ନାହିଁ। ପୋଲିସକୁ ଭୟ ବି ନାହିଁ ।

Watch Video:-