NOTAକୁ ସବୁଠୁ ଅଧିକ ଭୋଟ ଗଲେ ଦ୍ୱିତୀୟବାର ହେବ ନିର୍ବାଚନ, ଆବେଦନ ଉପରେ EC ଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୪: ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ଶୁକ୍ରବାର ସୁପ୍ରିମକୋର୍ଟ ଭୋଟିଂ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରିଛନ୍ତି। ଏଥିରେ ସୁପ୍ରିମକୋର୍ଟ କୌଣସି ପ୍ରାର୍ଥୀଙ୍କଠୁ ଅଧିକ ଭୋଟ ‘ନୋଟା’ରେ ପଡିଲେ ଦ୍ୱିତୀୟବାର ନିର୍ବାଚନ ଦାବି ଉପରେ ନିର୍ବାଚନ ଆୟୋଗଙ୍କୁ ଜବାବ ତଲବ କରିଛନ୍ତି। ମୋଟିଭେସନାଲ ସ୍ପିକର ଶିବ ଖେଡାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ କୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଏବେ କା ବ୍ୟବସ୍ଥାରେ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଉଛି। ଏହି ବ୍ୟବସ୍ଥାରେ ସୁରଟରେ ଜଣେ ପ୍ରାର୍ଥୀଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି। ତେବେ ଏହା ବୁଝିବା ଜରୁରି ଯେ ଏହି ବିଷୟ ବିସ୍ତୃତ ଶୁଣାଣିର। ଏହି ଆବେଦନର ପ୍ରଭାବ ସୁରଟ ଆସନର ଫଳାଫଳ ଅଥବା ଏବେକା ଲୋକସଭା ନିର୍ବାଚନର କୌଣସି ଅଂଶ ଉପରେ ପଡିବ ନାହିଁ। ତେବେ ଶିବ ଖେଡାଙ୍କ ଦ୍ୱାରା ରୁଜୁ ଆବେଦନରେ ଏହି ନିୟମ କରିବାକୁ ଦାବି କରାଯାଇଛି ଯେ ନୋଟାରୁ କମ ଭୋଟ ପାଉଥିବା ପ୍ରାର୍ଥୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢିବା ଉପରେ କଟକଣା ଲଗାଯାଉ। ଏହା ଛଡା ନୋଟାକୁ ଏକ କାଳ୍ପନିକ ପ୍ରାର୍ଥୀ ରୂପେ ଦେଖାଯାଉ। 

ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଷ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚରେ ହେଉଛି।   ଭାରତୀୟ ନିର୍ବାଚନରେ ନୋଟା ବିକଳ୍ପ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସିଥିଲା। ‘ନନ୍ ଅଫ ଦି ଏବଭ’ ଏକ ଭୋଟିଂ ଅପସନ। ଯେଉଁଥିରେ ମତଦାତା କୌଣସି ପ୍ରାର୍ଥୀ ପସନ୍ଦ ନ ଆସିଲେ ନୋଟାକୁ ବିକଳ୍ପ ବାଛି ପାରିବେ। ଭାରତରେ ନୋଟା ଆରମ୍ଭ କରିବା ପାଇଁ ପ୍ୟୁପିଲସ ୟୁନିୟନ ଫର ସିଭିଲ ଲିବର୍ଟିଜ୍ ଦୀର୍ଘ ଲଢେଇ ଲଢିଥିଲା। 

ତେବେ ଏଠାରେ ବୁଝିବା ଜରୁରି ଯେ ଭାରତରେ ନୋଟା ରାଇଟ୍ ଟୁ ରିଜେକ୍ଟ ଲାଗି ନୁହେଁ। ଏବେ କା ଆଇନ ମୁତାବକ ନୋଟାକୁ ଅଧିକ ଭୋଟ ମିଳିଲେ ଏହାର ଆଇନଗତ ଫଳାଫଳ କିଛି ନାହିଁ। ଏପରି ସ୍ଥିତିରେ ପରବର୍ତ୍ତି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.