ତୃତୀୟ ପର୍ଯ୍ୟାୟ ମତଦାନରେ ବେଙ୍ଗଲର ବମ୍ପର ଭୋଟିଂ

Published By : Prameya-News7 Bureau | May 07, 2024 IST

କୋଲକାତା ୭।୫: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ସମାପ୍ତ ହୋଇଛି। ନିର୍ବାଚନ ଆୟଗୋଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ରାତି ୮ଟା ସୁଧା ୬୧.୪୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁସାରେ ବେଙ୍ଗଲରେ ବମ୍ପର ଭୋଟିଂ ହୋଇଛି। ତେବେ ମହାରାଷ୍ଟ୍ରରେ ମତଦାନ ସୁସ୍ତିଆ ଥିବା ଜଣାପଡିଛି। ପଶ୍ଚିମବଙ୍ଗକୁ ଛାଡି ଦେଲେ ଦେଶର ଅନ୍ୟସ୍ଥାନମାନଙ୍କରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଛି। ତେବେ ପଶ୍ଚିମବଙ୍ଗରେ କାଁ ଭାଁ ଘଟଣା ସାମ୍ନାକୁ ଆସିଛି। 

ତୃତୀୟ ପର୍ଯ୍ୟାୟ ମତଦାନରେ ୧୧ ରାଜ୍ୟର ୯୩ ଲୋକସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହୋଇଛି। ଏଥିରେ ଆସାମର ୪, ବିହାରର ୫, ଛତିଶଗଡର ୭, ଗୋଆର ୨, ଗୁଜରାଟର ୨୫, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦର ଓ ନଗର ହାଭେଲୀ ଡାମନ ଓ ଡ୍ୟୁର ୨ଟି ଆସନରେ ଭୋଟ ପଡିଛି। ଗୁଜରାଟର ୨୬ଟି ଲୋକସଭା ଆସନ ରହିଛି। ତେବେ ସୁରଟ ଆସନରେ ଫଳାଫଳ ପୂର୍ବରୁ ଆସି ସାରିଥିଲା। ଏଣୁ ୨୫ଟି ଆସନରେ ଭୋଟ ଗ୍ରହଣ ହୋଇଛି। 

ଏଥିରେ ରାଜ୍ୟ ହିସାବରେ ଭୋଟ ପ୍ରତିଶତ ଦେଖିବାକୁ ଗଲେ ଆସାମରେ ୭୫.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବିହାରରେ ୫୬.୫୫, ଛତିଶଗଡ଼ରେ ୬୬.୯୯, ଗୋଆରେ ୭୪.୨୭, ଗୁଜରାଟରେ ୫୬.୭୬, କର୍ଣ୍ଣାଟକରେ ୬୭.୭୬, ମଧ୍ୟପ୍ରଦେଶରେ ୬୩.୦୯, ମହାରାଷ୍ଟ୍ରରେ ୫୪.୭୭, ଉତ୍ତରପ୍ରଦେଶରେ ୫୭.୩୪, ପଶ୍ଚିମବଙ୍ଗରେ ୭୩.୯୩ ଓ ଦାଦର ନଗରହାଭେଲୀ ଡାମନ ଓ ଡ୍ୟୁରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି(ମତଦାନ ହାର ରାତି ୮ଟା ସୁଧା) ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.