ସାମସନଙ୍କୁ ଆଣ, ଏହି ବ୍ୟାଟରଙ୍କୁ ହଟାଓ; ୨ୟ ଟି-୨୦ ପୂର୍ବରୁ ଅଶ୍ଵିନଙ୍କ ବଡ଼ ବୟାନ

NEWS7
i-knew-kalma-and-survived-because-of-it-professor-explains-how-he-saved-my-life-during-a-terrorist-attack--

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆସନ୍ତାକାଲି ମୁଲାନପୁରରେ ଖେଳାଯିବ। କଟକରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୧୦୧ରେ ଜିତିଥିଲା। ସେହି ମ୍ୟାଚରେ ସଞ୍ଜୁ ସାମସନ୍ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇ ନ ଥିଲା। ଜିତେଶ ଶର୍ମା ୱିକେଟ କିପର ଭାବରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ।

ସାମସନ୍ ପୂର୍ବରୁ ଇନିଂସ ଓପନିଂ କରି ଅନେକ ଶତକ ହାସଲ କରିଥିଲେ। କିନ୍ତୁ ଶୁଭମନ ଗିଲଙ୍କ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ଏବେ କିନ୍ତୁ ତାଙ୍କୁ ଦଳରେ ସ୍ଥାନ ମିଳୁନି। ପ୍ରଥମ ଟି-୨୦ରୁ ସାମସନ୍ଙ୍କୁ ବାଦ ଦେବା ନେଇ ସୋସିଆଲ ମିଡିଆରେ ଟିମ୍ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରାଯାଇଛି। ଏହା ମଧ୍ୟରେ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ସାମସନ୍ଙ୍କୁ ଦଳରେ ସାମିଲ କରିବା ନେଇ ବଡ଼ ବୟାନ ଦେଇଛନ୍ତି।

ସଞ୍ଜୁ ସାମସନଙ୍କୁ ନମ୍ବର ୩ରେ ଖେଳାନ୍ତୁ

ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ରବିଚନ୍ଦ୍ରନ ଅଶ୍ଵିନ ସଞ୍ଜୁ ସାମସନଙ୍କ ବିଷୟରେ କହିଛନ୍ତି, "ମ୍ୟାଚ୍ ପୂର୍ବରୁ ସଞ୍ଜୁ କାହିଁକି ଖେଳୁ ନାହାଁନ୍ତି ସେ ବିଷୟରେ ବହୁତ ଆଲୋଚନା ହୋଇଥିଲା। କିନ୍ତୁ ଶୁଭମନ ଗିଲ୍ ଉପ-ଅଧିନାୟକ ଭାବରେ ଦଳକୁ ଫେରିବା ମାତ୍ରେ, ସଞ୍ଜୁଙ୍କ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇ ପଡ଼ିଛି। ଯଦି ଆପଣ ସଞ୍ଜୁ ସାମସନଙ୍କୁ ଖେଳିବାକୁ ଚାହାନ୍ତି, ତେବେ ତାଙ୍କୁ ନମ୍ବର ୩ ରେ ଖେଳାନ୍ତୁ, ବିଶେଷକରି ସ୍ପିନ୍ ବିପକ୍ଷରେ।

ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି, ସାମସନଙ୍କୁ ନମ୍ବର ୩ରେ ଖେଳିବା ଉଚିତ। ତିଲକ ବର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେତେ ବେଳେ ନମ୍ବର ୩ ଏବଂ ୪ରେ ବ୍ୟାଟିଂ କରୁଛନ୍ତି। ଟି-୨୦ଦଳରେ ଉଭୟ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ। ଯଦି ସଞ୍ଜୁ ନମ୍ବର ୩ରେ ଆସନ୍ତି, ତେବେ ତିଲକ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେବାକୁ ପଡିବ।

ଅଶ୍ୱିନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ଯିଏ ଆଘାତରୁ ସୁସ୍ଥ ହେବା ପରେ ଫେରିଛନ୍ତି ତାଙ୍କର ଏମିତି ବ୍ୟାଟିଂ ଦେଖିବା ପରେ ଲାଗୁଛି ଯେମିତି ସେ ଆହତ ହୋଇ ନାହାନ୍ତି। ପ୍ରଥମ ମ୍ୟାଚରେ ପାଣ୍ଡ୍ୟା ଦମଦାର ୫୯ ରନ୍ କରିଥିବା ବେଳେ ଗୋଟିଏ ୱିକେଟ୍ ନେଇଛନ୍ତି।