ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭ୍ୟାନ୍ସ ରବିବାର ଦିନ ଏକ ମଜାଳିଆ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଭାରତ ଓ ପାକିସ୍ତାନ ସହ ତାଙ୍କର ସମ୍ପର୍କକୁ ଦର୍ଶାଇ ସେ ଥଟା କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସ୍ୱିଜରଲ୍ୟାଣ୍ଡର ବୁର୍ଗେନଷ୍ଟକଠାରେ ଇରାନ ସହିତ ଚାଲିଥିବା ଶାନ୍ତି ଆଲୋଚନା ଅବସରରେ ଭ୍ୟାନ୍ସ ତାଙ୍କ ଜୀବନର ଦୁଇଜଣ ସବୁଠାରୁ "ପ୍ରିୟ" ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ଓ ଜଣେ ପାକିସ୍ତାନୀ ଅଛନ୍ତି ବୋଲି କହିଛନ୍ତି। ସେଇ ଦୁଇ ପ୍ରୀୟ ବ୍ୟକ୍ତି ହେଲା ତାଙ୍କ ଭାରତୀୟ ପତ୍ନୀ ଉଷା ଭ୍ୟାନ୍ସ ଏବଂ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର।

ଇରାନ ସହ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ପରେ ଭ୍ୟାନ୍ସ ଥଟା ମଜା କରିଥିଲେ। ଏବଂ କହିଥିଲେ, "ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କ ସହ ସାକ୍ଷାତ ପରଠାରୁ ମୁଁ ମଜାରେ କହି ଆସୁଛି ଯେ ମୋ ଜୀବନରେ ଦୁଇଜଣ ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଅଛନ୍ତି। ଜଣେ ଭାରତୀୟ ଓ ଜଣେ ପାକିସ୍ତାନୀ। ସେହି ଭାରତୀୟ ହେଉଛନ୍ତି ମୋ ପତ୍ନୀ (ଉଷା) ଏବଂ ପାକିସ୍ତାନୀ ହେଉଛନ୍ତି ଫିଲ୍ଡ ମାର୍ଶଲ ମୁନିର।"

Also Read- Khawaja Asif War Threat to India: ଭାରତକୁ ପାକିସ୍ତାନର ଯୁଦ୍ଧ ଧମକ, ଖ୍ୱାଜା ଆସିଫ କହିଲେ, ପାଣି ନ ଛାଡ଼ିଲେ ଆଟାକ କରିବୁ

ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ ଆସିମ ମୁନିର ମଧ୍ୟ ଉପସ୍ଥିତ ଥିଲେ। ପାକିସ୍ତାନ ଓ କତାର ମଧ୍ୟସ୍ଥତାରେ ହୋଇଥିବା ଏହି ଆଲୋଚନାରେ ଭ୍ୟାନ୍ସ ମୁନିରଙ୍କ ପ୍ରଶଂସା କରି କହିଥିଲେ ଯେ, ଗତ ତିନି ମାସ ମଧ୍ୟରେ ସେ ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ଅପେକ୍ଷା ମୁନିରଙ୍କ ସହ ଅଧିକ କଥା ହୋଇଛନ୍ତି। ତାଙ୍କର କୂଟନୈତିକ ଦକ୍ଷତା ଏବଂ ସାମରିକ ନେତୃତ୍ୱ ବିନା ଏହି ଆଲୋଚନା ସମ୍ଭବ ହୋଇପାରି ନଥାନ୍ତା ବୋଲି ଭ୍ୟାନ୍ସ ମତ ରଖିଛନ୍ତି।

ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ ଭ୍ୟାନ୍ସ

ଭ୍ୟାନ୍ସଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ, ଭ୍ୟାନ୍ସ ଅନେକ ସମୟରେ ତାଙ୍କ ପତ୍ନୀ ଉଷା ଭ୍ୟାନ୍ସଙ୍କ ବିଷୟରେ ମତ ରଖିଥାନ୍ତି। ଉଷାଙ୍କ ପିତାମାତା ଭାରତର ଆନ୍ଧ୍ରପ୍ରଦେଶରୁ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ। ପୂର୍ବରୁ ମଧ୍ୟ ଉଷାଙ୍କ ଧର୍ମ ଏବଂ କନଭର୍ସନକୁ ନେଇ ଭ୍ୟାନ୍ସଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା, ଯାହାକୁ ପରେ ଉଷା ସ୍ପଷ୍ଟ କରିଥିଲେ।