ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଆଶାକୁ ନିରାଶ କରି ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋ ନୋବେଲ ପୁରସ୍କାର ପାଇଛନ୍ତି। ହେଲେ ଏପଟେ ପୁରସ୍କାର ମିଳିଲାନି ବୋଲି ଟ୍ରମ୍ପ ମନ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନୋବେଲ କମିଟି ଶାନ୍ତି ଠାରୁ ଅଧିକ ଗୁରୁତ୍ୱ ରାଜନୀତିକୁ ଦେଉଛି ବୋଲି ଆମେରିକା ହ୍ୱାଇଟ ହାଉସ କହିଛି।

ସେପଟେ ନୋବେଲ ବିଜୟିନୀ ମାଚାଡୋ ତାଙ୍କ ପୁରସ୍କାରକୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭେନେଜୁଏଲାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଭେନେଜୁଏଲାବାସୀଙ୍କର ଦୁଃସ୍ଥିତି ସମୟରେ ତାଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି। ମାଚାଡୋ ଶୁକ୍ରବାର କହିଛନ୍ତି  ଆମର ମୁଖ୍ୟ ଲକ୍ଷ୍ୟ ସ୍ୱାଧୀନତା ଦିଗରେ ଭେନେଜୁଏଲାବାସୀଙ୍କ ସଂଘର୍ଷକୁ ମିଳିଥିବା ସ୍ୱୀକୃତି ଆମକୁ ଆହୁରି ତ୍ସାହିତ କରିବ। ଆମେ ବିଜୟର ଦ୍ୱାରଦେଶରେ ଅଛୁ। ସ୍ୱାଧୀନତା ଓ ଗଣତନ୍ତ୍ର ହାସଲ କରିବାକୁ ଆମେ ପୂର୍ବ ଠାରୁ ବହୁତ ଅଧିକ ଆମେ ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାବାସୀ ଓ ଲାଟିନ ଆମେରିକା ଲୋକ ଓ ସେହି ଗଣତନ୍ତ୍ର ଦେଶମାନଙ୍କୁ ଧନ୍ୟବାଦ ଦେଉଛନ୍ତି, ଯେଉଁମାନେ ଆମ ମୂଲ୍ୟବୋଧ ସହ ଅଛନ୍ତି। ଟ୍ରମ୍ପଙ୍କୁ ତାଙ୍କ ପୁରସ୍କାର ଉତ୍ସର୍ଗ କରି ସେ ଲେଖିଛନ୍ତି ମୁଁ ଏହି ପୁରସ୍କାରକୁ ଭେନେଜୁଏଲାର ପୀଡିତ ଲୋକଙ୍କୁ ଏବଂ ଆମ ଉଦ୍ଦେଶ୍ୟ ପ୍ରତି ନିର୍ଣ୍ଣାୟକ ସମର୍ଥନ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରୁଛି!

ସୂଚନା ଥାଉକି, ଭେନେଜୁଏଲାରେ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦୀରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ କରିବା ଦିଗରେ ମାଚାଡୋ ନର୍ଭିକ ଭାବରେ ଉଦ୍ୟମ ଜାରି ରଖିଛନ୍ତି। ଏ ଦିଗରେ ମାଚାଡୋଙ୍କ ଅଟଳ ପ୍ରତିବଦ୍ଧତା ପାଇଁ ନରୱେଜିଆନ୍ ନୋବେଲ୍ କମିଟି ତାଙ୍କୁ ଶାନ୍ତି ପୁରସ୍କାରରେ ସାମ୍ମାନିତ କରିଛି।

ଭେନିଜୁଏଲା ରାଜନୀତିରେ ମାଚାଡୋ ହେଉଛନ୍ତି ବିରୋଧୀଙ୍କୁ ଏକାଠୀ କରିବାର ଏକ ବଳିଷ୍ଠ ଚେହେରା। ଗତବର୍ଷ ନିର୍ବାଚନରେ ତାଙ୍କୁ ଧମକ ମିଳିଥିଲାବାଧ୍ୟ ହୋଇ ସେ କିଛିଦିନ ଲୁଚି ରହିଥିଲେ। ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ନିକୋଲାସ ମଦୁରୋ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଖବର ଅନୁସାରେ ବର୍ତ୍ତମାନ ଭେନେଜୁଏଲାରେ ମଦୁରୋ ସରକାର ଏକଛତ୍ରବାଦୀ ଭଳି ଆଚରଣ କରୁଛି। ନିର୍ବାଚନରେ ହେରେଫେର କରିବା ସହିତ ବିରୋଧୀ ଦଳର ନେତାଙ୍କୁ ହିଁ ତାଙ୍କ ଆଗରେ ଛିଡ଼ା ହେବାକୁ ଦେଉ ନାହାନ୍ତି। ଏସବୁ ସଂଘର୍ଷ ଭିତରେ ମାଚାଡୋଙ୍କ ଗଣତନ୍ତ୍ର ପାଇଁ ଶାନ୍ତିପୂର୍ଣ୍ଣ ସଂଘର୍ଷ ତାଙ୍କୁ ନୋବେଲ ବିଜୟିନୀ କରାଇଛି।