ଜିତି ଯାଇଥାନ୍ତା ଭାରତ, କିନ୍ତୁ ଗମ୍ଭୀର ଦେଲେ ଭୁଲ୍ ଷ୍ଟ୍ରାଟେଜି ; ଆଉଟ୍ ହୋଇଗଲେ ହର୍ଷିତ !

NEWS7
husband-wife-deadbody-found-in-rairangapur

ଇନ୍ଦୋର,୯|୦୧ : ସବୁ କିଛି ଠିକ୍ ଚାଲିଥିଲା । ଫର୍ମରେ ଥିଲେ ବିରାଟ କୋହଲି । ବଡ ବଡ ସଟ୍ ଖେଳୁଥିଲେ । ହର୍ଷିତ ରାଣା ବି ଦେଉଥିଲେ ସପୋର୍ଟ । ଧୂଆଁଧାର ବ୍ୟାଟିଂ କରୁଥିଲେ । ଲାଗୁଥିଲା ଭାରତ ଜିତିଯିବ । ଠିକ୍ ଏତିକି ବେଳେ ଡ୍ରିଙ୍କସ୍ ବ୍ରେକ୍ । କୋଚ୍ଗୌତମ ଗମ୍ଭୀର ପଠାଇଲେ ମେସେଜ୍ । ଆଉ ତାପରେ ଆଉଟ ହୋଇଗଲେ ହର୍ଷିତ । ହାତମୁଠାରୁ ଖସିଗଲା ବିଜୟ । ଯାହାକୁ ନେଇ ଖପ୍ପା ହୋଇଛନ୍ତି ଫ୍ୟାନ୍ସ ଏବଂ ନେଟିଜେନ୍ସ୍ ।

ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ତୃଚୀୟ ତଥା ଅନ୍ତିମ ଦିନିକିଆ । ତିନି ଟିକିଆ ସିରିଜରେ ଉଭୟ ଦଳ-ରେ ରହିଥିଲେ । ତେଣୁ ତୃତୀୟ ମୁକାବିଲା ଥିଲା ଫାଇନାଲ୍ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ପ୍ରଥମେ ବ୍ୟାଟିଂ କରି୩୩୭ରନର ବିଶାଳ ସ୍କୋର୍ କରିଥିଲା କିଓ୍ୱି ଟିମ୍ । ଜବାବରେ ଭାରତ ମାତ୍ର୨୬୯ରେ ଅଲଆଉଟ୍ ହୋଇଯାଇଥିଲା । ବିରାଟ କୋହଲି ଶତକ ଲଗାଇଥିଲେ ବି ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ତେବେ ମ୍ୟାଚରେଗମ୍ଭୀରଙ୍କ ଏକ ମେସେଜକୁ ନେଇ ସବୁଠି ଚର୍ଚ୍ଚା । ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଗମ୍ଭୀର ସବୁ ଫିକା କରିଦେଇଥିଲେ ।

ଭାରତକୁ ଶେଷଓଭରରେ୮୯ରନ୍ ଆବଶ୍ୟକ ଥିଲା । ଗୋଟିଏ ପଟେ କ୍ରିଜରେ ଥିଲେ ବିରାଟ । ଅନ୍ୟ ଦିଗରେ ହର୍ଷିତ ବି ନିର୍ଭୟରେ ବ୍ୟାଟିଂ କରୁଥିଲେ ।୪୩ତମ ଓଭରର ଆରମ୍ଭରୁ ହର୍ଷିତ ଏକ ସୁନ୍ଦର ଚଉକା ଲଗାଇଥିଲେ । ଏହି ଓଭରରେ କୋହଲି ମଧ୍ୟ ଏକ ଛକା ଲଗାଇଥିଲେ । ଓଭରର ଶେଷ ବଲରେ ହର୍ଷିତ ଛକା ଲଗାଇ ମୋଟ୍୨୧ରନ୍ ସଂଗ୍ରହ କରିଥିଲେ । ଏହି ଓଭର ପରେ ଭାରତର ବିଜୟ ସହଜ ଲାଗୁଥିଲା ।

ଏହି ସମୟରେ ଗମ୍ଭୀର ଧ୍ରୁବ ଜୁରେଲଙ୍କ ଜରିଆରେ ମେସେଜ୍ ପଠାଇଥିଲେ । ଏହି ହର୍ଷିତ ରାଣାଙ୍କ ପାଇଁ ଥିଲା । କାରଣ ବିରାଟ ଏହା ଶୁଣି କ୍ରିଜକୁ ଚାଲି ଯାଇଥିଲେ । କିନ୍ତୁ ହର୍ଷିତ ମନଧ୍ୟାନ ଦେଇ ଶୁଣିଥିଲେ । ଗମ୍ଭୀରଙ୍କ ଏହି ମେସେଜ ପରେ ଭାରତକୁଓଭରରେ୬୮ରନ୍ ଦରକାର ଥିଲା ।୪୪ତମ ଓଭରର ପ୍ରଥମ ବଲରୁ ବିରାଟ ସିଙ୍ଗଲ ନେଇଥିଲେ । ହର୍ଷିତ ଏହା ପର ବଲରେ ଛକା ଲଗାଇଥିଲେ । ତୃତୀୟ ବଲରେ କୌଣସି ରନ୍ ଆସିନଥିଲା । ଚତୁର୍ଥ ବଲରେ ଆଉ ଏକ ବଡ ସଟ୍ ଲଗାଇବାକୁ ଯାଇ ହର୍ଷିତ ଆଉଟ୍ ହୋଇଥିଲେ ।

କ'ଣ ଥିଲା ମେସେଜ୍ ?

କୁହାଯାଉଛି ଯେ, ଗମ୍ଭୀର ହର୍ଷିତଙ୍କୁ ସବୁ ବଲରେ ବଡ ସଟ୍ ଖେଳିବାକୁ କହିଥିଲେ । କାରଣ ବିରାଟଙ୍କ ଗୋଡରେ କିଛି ଅସୁବିଧା ଥିଲା । ଗମ୍ଭୀର ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ଚାହୁଁଥିଲେ । କିନ୍ତୁ ଏହି ଷ୍ଟ୍ରାଟେଜି କାମ ଦେଇନଥିଲା । ଫଳରେ ଭାରତ୪୧ରନରେ ହାରିଯାଇଥିଲା ।