LIVE TV

ବାଃ ବାଃରେ ସ୍ୱାମୀ...ସ୍ତ୍ରୀ ସହ ଦୁଃଖ ସୁଖ ହେଲା, ଗେଲ କଲା: ହଠାତ୍ କାଟିଦେଲା ବେକ

NEWS7
husband

ବାଲେଶ୍ୱର ୧୯/୦୯: ସ୍ୱାସୀ, ସ୍ତ୍ରୀ ସଂପର୍କରେ ଲାଗିଛି ରକ୍ତର ଛିଟା । ବିଶ୍ୱାସରେ ବିଷ ଦେଇଛି ସୈତାନ ସ୍ୱାମୀ । ମିଠା ମିଠା କଥା କହି ସ୍ତ୍ରୀକୁ ଫସାଇ କାଟିଛି ତାର ବେକ । ସ୍ତ୍ରୀ ଏବେ ଜୀବନ ମରଣ ସହ କରୁଛି ସଂଗ୍ରାମ । ବାଲେଶ୍ଵର ଟାଉନ ଥାନା ଅନ୍ତର୍ଗତ ପଠାଣ ମହଲ୍ଲା ଗ୍ରାମରେ ଘଟିଛି ଘଟଣା । କ୍ୟାମେରାରେ କଏଦ ହେଇଛି ଛାତି ଥରା ଭିଡିଓ ।  

ସୂଚନା ଥାଉକି, ବୁଧବାର ଅପରାହ୍ନ ପ୍ରାୟ ଚାରିଟା ସମୟ । କଟକ ବକ୍ସି ବଜାର ଅଞ୍ଚଳର ସେଖ ଆମଜାଦ ପତ୍ନୀଙ୍କୁ ଡାକିଦେଲା ଭେଟିବାକୁ । ରାସ୍ତା କଡରେ ଛିଡାହୋଇ ଉଭୟ କଥା ହେଉଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା । ଦୁଇ ଜଣଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ଚାଲିଥିଲା । ଏମିତିକି ଶେଖ୍ ସ୍ତ୍ରୀକୁ ଧରି ଗେଲ କରୁଥିଲା । ସ୍ତ୍ରୀ ବି ଖୁସିଥିଲା । ହେଲେ ହଠାତ୍‌ ପକେଟରୁ ଛୁରୀ କାଢି ସ୍ତ୍ରୀକୁ ଆଟାକ୍ କରିଥିଲା ସ୍ୱାମୀ ।

ସମ୍ଭବତଃ ତାଙ୍କ କଥାରେ ସ୍ତ୍ରୀ ରାଜି ନ ହେବାରୁ ସୈତାନ ସ୍ୱାମୀ ପକେଟରୁ ଛୁରିଆ ବାହର କରି ସ୍ତ୍ରୀର ବେକ କାଟିଥିଲା ସ୍ୱାମୀ । ଘଟଣାସ୍ଥଳରେ ଗୁରୁତର ହୋଇଥିଲେ ସ୍ତ୍ରୀ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ନୃଶଂସ ସ୍ବାମୀକୁ ପୋଲିସରେ ଜିମା ଦେଇଛନ୍ତି ଲୋକେ।