ଜଟଣୀ ୨୬।୪: ସୀମା ଟପିଲା ବର୍ବରତା । ସ୍ତ୍ରୀ ଓ ଦୁଇ ପୁଅକୁ ନୃସିଂହ ଭାବରେ ହାଣିଲା ସ୍ୱାମୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଗଜପତି ନଗର ରେତଙ୍ଗ କଲୋନୀ ରୋଡରେ l ଶୁକ୍ରବାର ରାତିରେ ଅମୁଲ୍ୟ ସାହୁ ନିଜ ଭଡାଘରେ ସ୍ତ୍ରୀ ଓ ଦୁଇ ପୁଅକୁ ଏକ ଧାରୁଆ ଅସ୍ତ୍ରରେ ହାଣିଥିବା ଜଣାପଡିଛି l
ସୂଚନାଯୋଗ୍ୟ ଯେ, ଡେଲାଙ୍ଗ ଥାନା ପାଟଣାପୁର ଅଂଚଳର ମହିଳାଙ୍କୁ ୧୫ ବର୍ଷ ତଳେ ବାଲିପାଟଣା ଥାନା ବାଳକାଟୀ ଅଂଚଳର ଅମୁଲ୍ୟ ସାହୁ ବିବାହ କରିଥିଲେ l ବିବାହ ଦିନ ଠାରୁ ଅମୂଲ୍ୟ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି l ଶୁକ୍ରବାର ରାତିରେ ଅମୂଲ୍ୟ ନିଜ ସ୍ତ୍ରୀଙ୍କ ନାଁରେ ଥିବା ଜମିକୁ ନିଜ ନାଁରେ କରିବା ପାଇଁ କହିଥିଲେ l ସ୍ତ୍ରୀ ରାଜି ନ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ମା’ର ଚିତ୍କାର ଶୁଣି ଦୁଇ ପୁଅ ଆସିଯିବାରୁ ସେମାନଙ୍କୁ ମଧ୍ୟ ନୃଶଂସ ଭାବରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅମୂଲ୍ୟ l ଗୁରୁତର ଭାବେ ଦୁଇ ପୁଅ ଓ ମା’କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ପଠାଯାଇଥିଲା l ଏ ନେଇ ମହିଳାଙ୍କ ଭାଇ ଜଟଣୀରେ ଅଭିଯୋଗ କରିଛନ୍ତି । ପୋଲିସ ଅମୂଲ୍ୟକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି l
You Can Read:
ଭତ୍ତା ଟଙ୍କା ରଖିବାକୁ ନେଇ ବିବାଦ, ବୃଦ୍ଧାଙ୍କ ତଣ୍ଟି ଚିପି ମାରିଦେଲେ