LIVE TV

ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ ପଡ଼ିଲା ମହଙ୍ଗା : ଥାନାରେ ଅଭିଯୋଗ ପରେ ସ୍ୱାମୀ ଗିରଫ

NEWS7
Arrest

କଣ୍ଟାବାଞ୍ଜି ୨୬୯: ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ପଡିଲା ମହଙ୍ଗା । ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ନିଜର ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ସ୍ବାମୀ ଗିରଫ ହୋଇଛନ୍ତି । ତୁରେକେଲା ଥାନା ଅର୍ନ୍ତଗତ ଗୁର୍ଜିଭଟା ଗାଁର ଜିତେନ୍ଦ୍ର ତାଣ୍ଡି ନାମକ ଜଣେ ବ୍ୟକ୍ତି କିଛି ବର୍ଷ ତଳେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ଉଭୟ ଅଲଗା ରହୁଛନ୍ତି ।

ତେବେ ମହିଳାଙ୍କ ସ୍ବାମୀ ଜିତେନ୍ଦ୍ର ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଅଶ୍ଳୀଳ ଭିଡିଓ ପଠାଇବା ସହ ଭାଇରାଲ୍ କରିବାକୁ ଅନେକ ସମୟରେ ଧମକ ଦେଇ ଆସୁଥିଲେ । ଏନେଇ ମହିଳା ଜଣକ ତୁରେକେଲା ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଛି ।