LIVE TV

ଅଡ଼ୁଆରେ ପକାଇଛି ଟ୍ରମ୍ପଙ୍କ ଭିସା ପଲିସି , ମୁସ୍କିଲରେ ଆମେରିକୀୟ କମ୍ପାନୀ ଗୁଡ଼ିକ

NEWS7
trump visa policy

ୱାଶିଂଟନ – ଡୋନାଲ୍ଡ ଟ୍ରମ୍ପ ସରକାର ପକ୍ଷରୁ ଏଚ୍‌-୧ ବି ଭିସାର ଫି’କୁ ବଢାଇ ଏକ ଲକ୍ଷ ଡଲାର କରିଦିଆ ଯାଇଛି। ଏଥିରେ ସାରା ବିଶ୍ୱର ଲୋକଙ୍କୁ ଝଟକା ଲାଗିଛି, ଯେଉଁମାନେ ଚାକିରି କିମ୍ୱା ଅନ୍ୟ ସ୍କିଲ୍ଡ କାମ ପାଇଁ ଆମେରିକା ଯାଆନ୍ତି। ଏମିତି ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ , ଯିଏ ଏବେସୁଦ୍ଧା ୬ରୁ ୭ ଲକ୍ଷ ଟଙ୍କା ଯାଏ ଫି’ ଦେଉ ଥିଲେ। ଏବେ ତାଙ୍କୁ ପାଖାପାଖି ୮୦ ଲକ୍ଷ ଟଙ୍କାର ଫି’ ଭରିବାକୁ ହେବ। ଏଥିରେ ଅଧିକାଂଶ ଲୋକଙ୍କ ପାଇଁ ଆମେରିକାରେ କାମ କରିବା ମୁସ୍କିଲ ହେବ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ସରକାରର ଏହି ନିଷ୍ପତ୍ତି ଯେତିକି ଭାରତୀୟଙ୍କ ଚିନ୍ତା ବଢାଇଛି , ସେତିକି ହିଁ ଆମେରିକାର ମଧ୍ୟ କ୍ଷତି କରିବ। ସ୍ଥିତି ଏହା ଯେ, ସିଲିକନ ଭ୍ୟାଲିରେ ସ୍ଥାପିତ କମ୍ପାନୀ ଗୁଡ଼ିକ ଆଲର୍ଟ ମୋଡ଼କୁ ଆସି ଯାଇଛନ୍ତି।

ସ୍ଥିତି ଏହା ଯେ,କମ୍ପାନୀ ଗୁଡ଼ିକ ନିଜର କର୍ମଚାରୀଙ୍କୁ କହୁଛନ୍ତି ସେମାନେ ଆମେରିକା ଛାଡ଼ି ଯାଆନ୍ତୁ ନାହିଁ। ଏହା ଏଥିପାଇଁ  କାରଣ ସେମାନେ ଚାଲିଗଲେ , ପୁଣି ଫେରିବାରେ ମୁସ୍କିଲ ହେବ ଏବଂ ସେମାନଙ୍କୁ ନୂଆ ଭିସା ନିୟମାନୁସାରେ ଫି’ ଦେବାକୁ ହେବ। ଏହି ଚିନ୍ତା ଗୁଡ଼ିକର ପ୍ରଭାବ ହ୍ୱାଇଟ୍‌ ହାଉସ୍‌ ଯାଏ ଦେଖିବାକୁ ମିଳିଛି ଏବଂ ଶେଷରେ ସେମାନେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି , ଯେଉଁଥିରେ ସେମାନେ କହିଛନ୍ତି, ଏହି ଫି ନୂଆ ଭିସା ଆବେଦନ ଉପରେ ହିଁ ଲାଗୁ ହେବ ଏବଂ ଥରୁଟିଏ ପେମେଣ୍ଟ ହେବ। ବାସ୍ତବିକ୍‌ କଥା ହେଲା, ଚିନ୍ତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଅଛି। ତାଙ୍କର କହିବା ହେଲା ଯେ, ଭାରତ ଭଳି ଦେଶରେ ଏହାର ପ୍ରଭାବ କମ୍‌ ହିଁ ଦେଖାଯିବ। ଏହାର ସିଧା କ୍ଷତି ତ ସର୍ବ ପ୍ରଥମେ ଆମେରିକୀୟ ଅର୍ଥବ୍ୟବସ୍ଥାକୁ ହିଁ ଉଠାଇବାକୁ ପଡ଼ିବ।

ଏକ୍ସପର୍ଟଙ୍କ କହିବାନୁସାରେ, ଆମେରିକୀୟ ଟେକ୍‌ କମ୍ପାନୀ ଗୁଡ଼ିକ ଏଚ-୧ ବି ଭିସା ଉପରେ ନିର୍ଭର କରିଛି। ଏହି ଅନୁସାରେ ,ଭାରତ ଓ ଅନ୍ୟ ଦେଶର ଇଂଜିନିୟର, ସାଇଣ୍ଟିଷ୍ଟ ଓ କୋଡର୍ସଙ୍କୁ ଏହି କମ୍ପାନୀ ମାନେ ହାୟର କରନ୍ତି। ଏବେ ଯଦି ଭିସା ମହଙ୍ଗା ହେଉଛି ତ ଏହି କମ୍ପାନୀଙ୍କ ପାଇଁ ବିଦେଶୀ ଟ୍ୟାଲେଣ୍ଟର ଭର୍ତ୍ତି କରିବା ମୁସ୍କିଲ ହେବ। ଇନଭେଷ୍ଟମେଣ୍ଟ ବେତ୍‌ ବେରେନବର୍ଗ ସହ ଜଡ଼ିତ ଜଣେ ଅର୍ଥନୀତିଜ୍ଞ ଅଟକନ ବାକିସ୍କନ କହିଛନ୍ତି , ଏହା ଆମେରିକୀୟ କମ୍ପାନୀ ଗୁଡ଼ିକୁ ହିଁ ମୁସ୍କିଲରେ ପକାଇବାର ନିଷ୍ପତ୍ତି। ଏଥିରେ ଆମେରିକାରେ ବ୍ରେନ୍‌ ଡ୍ରେନ୍‌ର ସ୍ଥିତି ସୃଷ୍ଟି ହେବ। ସେ କହିଛନ୍ତି ଯେ , ଏହି ନିଷ୍ପତ୍ତି ତ ଆଣ୍ଟି-ଗ୍ରୋଥ ପଲିସ୍‌ ମେକିଂକୁ ନିର୍ଦ୍ଧାରଣ କରୁଛି।

ବିଶ୍ଳେଷକ ଫାର୍ମ ବେରନବର୍ଗ ଆମେରିକୀୟ ଆର୍ଥିକ ବୃଦ୍ଧିର ଆକଳନ ୨ ପ୍ରତିଶତରୁ ହ୍ରାସ କରି  ୧.୫ ପ୍ରତିଶତ କରିଦେଇଛି ଏବଂ ଚେତାବନୀ ଦେଇଛି ଯେ ଯଦି ଏମିତି ହିଁ ଭିସା ପଲିସି ଜାରି ରହେ , ତ ଏତିକି ଗ୍ରୋଥ ରେଟ୍‌ ମଧ୍ୟ ମୁସ୍କିଲ ହେବ। ବେରନବର୍ଗର ଅର୍ଥନୀତିଜ୍ଞ ଅଟକନ ବାକିସ୍କନ କହିଛନ୍ତି ଯେ,, ସଂଶୋଧିତ ଏଚ-୧ ବି ଭିସା ନୀତି କାରଣରୁ ଆମେରିକୀୟ ଶ୍ରମବଳରେ ହ୍ରାସ ଘଟିପାରେ, ଯେଉଁଥିରେ ନବସୃଜନ ଓ ଦୀର୍ଘକାଳିନ ଆର୍ଥିକ ଉତ୍ପାଦନ ପ୍ରଭାବିତ ହେବ। ବାକିସ୍କନ କହିଛନ୍ତି , ନୂଆ ଏଚ-୧ ବି ନୀତି କାରଣରୁ ଶ୍ରମବଳ ବଢିବା ପରିବର୍ତ୍ତେ ହ୍ରାସର ସମ୍ଭାବନା ଅଧିକ ରହିଛି।

ବ୍ରୋକରେଜ୍‌ ଫର୍ମ ଏକ୍ସଟିବିର ରିସର୍ଚ୍ଚ ଡାଇରେକ୍ଟର କାଥଲିନ ବ୍ରୁକ୍ସ କହିଛନ୍ତି ଯେ, ଆମାଜନ , ମାଇକ୍ରୋସଫ୍ଟ , ମେଟା , ଆପଲ ଓ ଗୁଗଲ ଭଳି ପ୍ରମୁଖ ଟେକ୍‌ କମ୍ପାନୀମାନେ ଏଚ-୧ ବି ଭିସାରେ ସବୁଠୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି। ଏହି କମ୍ପାନୀମାନେ ଭିସାର ଖର୍ଚ୍ଚ ବହନ କରି ପାରନ୍ତି। କିନ୍ତୁ ଅନ୍ୟ କମ୍ପାନୀ ଗୁଡ଼ିକୁ ମୁସ୍କିଲ ହେବ , ଯେପରି ହେଲଥ୍‌ ସର୍ଭିସେସ୍‌ରେ କାମ କରୁଥିବା କମ୍ପାନୀ ଓ ଏଜୁକେସନ ସେକ୍ଟରର ସହ ଜଡ଼ିତ ସଂସ୍ଥାକୁ ସମସ୍ୟା ହେବ। ଏମିତି ସଂସ୍ଥା ଗୁଡ଼ିକୁ ଭବିଷ୍ୟତରେ କର୍ମଚାରୀଙ୍କୁ ନିଯୁକ୍ତି କରିବାରେ ବି ମୁସ୍କିଲ ଆସିବ। କହି ରଖୁଛୁ ଯେ, ଏଚ-୧ ବି ଭିସାରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୭୦ ପ୍ରତିଶତ।