ମେଷ–ଦିନଟି କର୍ମକ୍ଷେତ୍ରରେ ବିଶେଷ ସଫଳତା ଆଣିବାର ସମ୍ଭାବନା ରହିଛି। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ ଏବଂ ଆର୍ଥିକ ଲାଭ ମିଳିପାରେ। ସାହସିକତା ସହିତ କାମ କଲେ ଲାଭ ମିଳିବ।

ବୃଷ–ପରିଶ୍ରମର ଉଚିତ ଫଳ ମିଳିବାର ଦିନ। ପୁରୁଣା ନିବେଶ କିମ୍ବା ପୁରୁଣା ପ୍ରକଳ୍ପରୁ ଆକସ୍ମିକ ଲାଭ ମିଳିପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ସୁଖମୟ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ–ଆତ୍ମବିଶ୍ୱାସରେ ପୂର୍ଣ୍ଣ ରହିବେ। ଏହା ଏକ ଶୁଭ ସଙ୍କେତ ଯେ, ବୃତ୍ତିଗତ ଜୀବନରେ ଆପଣ ଏକ ନୂତନ ଆରମ୍ଭ କରିପାରନ୍ତି। ଅଟକି ଥିବା କାମରେ ତୀବ୍ରତା ଆସିବ। ନୂଆ ଯୋଜନାରେ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

କର୍କଟ–ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି। ବିଭିନ୍ନ ଉତ୍ସରୁ ଧନ ଲାଭର ଯୋଗ ଅଛି। ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯାହା ଦ୍ୱାରା ଆପଣଙ୍କର ସମ୍ପର୍କ ବଢ଼ିବ ଏବଂ ଭବିଷ୍ୟତରେ ଲାଭ ମିଳିବ।

ସିଂହ–ଦିନଟି ଅତ୍ୟନ୍ତ ଫଳପ୍ରଦ ରହିବ। ବ୍ୟବସାୟରେ ଚାପ କମିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ଓ ମହତ୍ୱପୂର୍ଣ୍ଣ ପରିଚୟ ମିଳିବ। ଆପଣଙ୍କ ନେତୃତ୍ୱ କ୍ଷମତା ପାଇଁ ପ୍ରଶଂସା ମିଳିବ।

କନ୍ୟା–ମାନସିକ ଶାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଉତ୍ତମ ତାଳମେଳ ବଜାୟ ରଖନ୍ତୁ, ଯାହା ସଫଳତା ଆଣିବ। କୌଣସି ଜିନିଷ ଉପରେ ଅଯଥା ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ।

ତୁଳା–ଜୀବନରେ ସୁଖ, ସ୍ଥିରତା ଏବଂ ସମୃଦ୍ଧି ଆସିବ। କୌଣସି କଳାତ୍ମକ କାର୍ଯ୍ୟରେ ସଫଳତା ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ପାଇବ।

ବିଛା–ଦାମ୍ପତ୍ୟ ଜୀବନରେ ଖୁସି ଏବଂ ଆନନ୍ଦର ବାତାବରଣ ରହିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ କାର୍ଯ୍ୟରେ ସହାୟକ ହେବ। ଜମିଜମା କିମ୍ବା ରିୟଲ ଇଷ୍ଟେଟରେ ନିବେଶ ପାଇଁ ଦିନଟି ଲାଭଦାୟକ ହୋଇପାରେ।

ଧନୁ–ସନ୍ତୁଳିତ ନିଷ୍ପତ୍ତି ନେବାକୁ ପଡ଼ିବ। ତରବରିଆ ଭାବେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରି ପରିବର୍ତ୍ତନ କରିବାକୁ ବିଚାର କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର–କାର୍ଯ୍ୟକ୍ଷେତ୍ରରେ ସ୍ପଷ୍ଟତା ଏବଂ ବ୍ୟବସ୍ଥିତ ରହିବ। ପରିବାର ଏବଂ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ, ଯାହା ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ– ଆର୍ଥିକ ସ୍ତରରେ ସୁଧାର ଆସିବାର ସମ୍ଭାବନା ରହିଛି। ନିଜର ପ୍ରତିଭା ଏବଂ ପରିଚାଳନା କ୍ଷମତା ଉପରେ ଅଧିକ ଗୁରୁତ୍ୱ ଦେବେ। ନିଜ ବ୍ୟକ୍ତିତ୍ୱରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ।

ମୀନ–ଭାଗ୍ୟର ସହଯୋଗ ମିଳିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଡ଼ି ହୋଇ ସମ୍ମାନ ପାଇବେ ଏବଂ ଆପଣଙ୍କ ମନରେ ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୌଣସି ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ କରିପାରନ୍ତି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨