ହୋମ୍‌ଗାର୍ଡ ପରୀକ୍ଷାରେ ଅଘଟଣ : ଦୌଡୁଥିବା ବେଳେ ଅସୁସ୍ଥ ହୋଇ ପ୍ରାଣ ହରାଇଲେ ଆଶାୟୀ

Published By : Prameya-News7 Bureau | August 08, 2025 IST

ଭୁବନେଶ୍ବର ୮।୮: ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ । ଶାରୀରିକ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ତରତୁଆ ରିଜର୍ଭ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ଅଘଟଣ ଘଟିଛି । ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ପରୀକ୍ଷାର୍ଥୀ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଇମାଦୁଲ୍ ହକ୍ । ୧୬ ଶହ ମିଟର ଦୌଡ଼ ଚାଲିଥିବା ବେଳେ ଏଭଳି ଘଟିଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ଇମାଦୁଲ୍‌ଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର । ଏ ନେଇ ପ୍ରଶାସନକୁ ସାହାଯ୍ୟ ମାଗିଛନ୍ତି ପରିବାର ଲୋକେ । 

You Can Read:

ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ, ଭିଡିଓ ଭାଇରାଲ୍ ପରେ ରରୁଆଁ ଥାନାର ASI ନିଲମ୍ବିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.