ନୂଆଦିଲ୍ଲୀ: ଏସିଆରେ ନମ୍ବର ୱାନ ହକି ଟିମ ହେଲା ଇଣ୍ଡିଆ। ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି। ଏହି ବିଜୟ ସହିତ, ଭାରତୀୟ ଦଳ ହକି ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ସହିତ ଭାରତ ଚତୁର୍ଥ ଥର ପାଇଁ ହକି ଏସିଆ କପର ଚାମ୍ପିଅନ ହୋଇଛି।

ବିହାରର ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଖେଳର ପ୍ରଥମ ମିନିଟ୍‌ରେ ଏକ ଗୋଲ ଦେଇ କୋରିଆ ଉପରେ ଚାପ ପକାଇଥିଲା।। କ୍ୱାର୍ଟରର ୨୯ତମ ସେକେଣ୍ଡରେ ଭାରତ ଚମତ୍କାର ଡ୍ରିଫ୍ଟ ସହିତ ପୁଣି ଗୋଲ କରିଥିଲା। ପ୍ରଥମ ଗୋଲ ନେବା ପରେ କୋରିଆ ଡିଫେନ୍ସକୁ ମଜବୁତ କରିଥିଲା ​​ଏବଂ ପ୍ରଥମ କ୍ୱାର୍ଟରରେ ଭାରତକୁ କୌଣସି ଗୋଲ ସ୍କୋର କରିବାକୁ ଦେଇନଥିଲା।

ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ନିଜର ପ୍ରାଧାନ୍ୟ ବଜାୟ ରଖିଥିଲା। ଖେଳର ୨୮ତମ ମିନିଟ୍‌ରେ ଦିଲପ୍ରୀତ ସିଂହ ଭାରତ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ଏହିପରି ପ୍ରଥମାର୍ଦ୍ଧରେ ଭାରତ କୋରିଆ ଉପରେ ୨-୦ରେ ଆଗୁଆ ହୋଇଥିଲା। ଖେଳର ତୃତୀୟ କ୍ୱାର୍ଟରର ୪୫ତମ ମିନିଟ୍‌ରେ ଦିଲପ୍ରୀତ ସିଂହ ପୁଣି ଥରେ ଗୋଲ ଦେଇ ଅଗ୍ରଣୀକୁ ୩-୦କୁ ବୃଦ୍ଧି କରିଥିଲେ। ଭାରତ ପାଇଁ ଅମିତ ରୋହିଦାସ ଚତୁର୍ଥ ଗୋଲ ଦେଇଥିଲେ।

ଏହି ମୁକାବିଲାରେ ଦିଲପ୍ରୀତ ସିଂହଙ୍କୁ ପ୍ଲେୟା ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଏହି ମ୍ୟାଚ୍‌ରେ ସେ ଦୁଇଟି ଗୋଲ ସ୍କୋର କରିଥିଲେ।