News7 Logo

ଲୋକାୟୁକ୍ତ ନିଯୁକ୍ତି ହାଇକୋର୍ଟଙ୍କ ତାଗିଦ୍, ୨ ସପ୍ତାହ ଭିତରେ ଜବାବ ତଲବ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

NEWS7
high court

କଟକ ୧୧।୦୯ : ଲୋକାୟୁକ୍ତ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହିତ ଯଦି ଆବେଦନକାରୀ ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ପ୍ରତି ଜବାବ ଦାଖଲ କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ପ୍ରାୟ ବର୍ଷେ ହେବ ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟ ପଦ ପୂରଣ ହୋଇପାରିନାହିଁ ।ଯାହାକୁ ନେଇ ଆବେଦନକାରୀ ତଥା ଆଇନଜୀବୀ ପ୍ରବୀର ଦାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ ସରକାରୀ ପକ୍ଷ ଯୁକ୍ତି ରଖିଥିଲେ କି, ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହେବାକୁ ଯାଉଛି । କିନ୍ତୁ ସରକାରୀ ନିଷ୍ପତ୍ତି କେବେ ହେବ, କଣ ସେବା ବାବଦରେ ପଦକ୍ଷେପ ନିଆଯାଇଛି । ସବୁ କିଛି ବିସୃତ ବିବରଣୀ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।