ଭୋଗରାଇ ୦୧।୦୫ : ଓଡ଼ିଶା ସୀମାରେ କଡ଼ା ଚେକିଂ । ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଚାଲିଛି କଡା ଚେକିଂ । ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗରୁ ଆସୁଥିବା ଗାଡି ମଟର ସହ ଲୋକଙ୍କ କାଗଜ ପତ୍ର ଯାଞ୍ଚ କରୁଛି ପୋଲିସ।
ବାଲେଶ୍ୱର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ତାଳସାରି ସାମୁଦ୍ରିକ ପୋଲିସ ପକ୍ଷରୁ କଡା କଡି ଯାଞ୍ଚ ଚାଲିଛି । ଭୋଗରାଇ ଦେଇ ପଶ୍ଚିମବଙ୍ଗକୁ ଗଳାବାଟ ସଂଯୋଗ କରୁଥିବା କମର୍ଦ୍ଦା ,କଖଡ଼ା ସାହାବାଜିପୁର ,ବାଜିତପୁର ,ଅନଳିଆ ଆଦି ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରି ଚେକ କରୁଛି ପୋଲିସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତାଳସାରି ପୋଲିସ ସୂଚନା ଦେବା ସହିତ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦ ଉପରେ ରୋକ ଲାଗିବ ବୋଲି ସୂଚନା ଦେଇଛନ୍ତି ।