କାଳବୈଶାଖୀ ଲାଗି ରାଜ୍ୟରେ କମିଛି ପାରଦ, ୪ ଦିନ ପରେ ପୁଣି ବଢିବ ତାତି

Published By : Prameya-News7 Bureau | May 03, 2025 IST

ଭୁବନେଶ୍ୱର ୦୩।୦୫ : କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟରେ ତାପମାତ୍ରା କମିଛି । ଶୁକ୍ରବାର ରାଜ୍ୟ ତମାମ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବ ଜାରି ରହିବ । ୬ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା, ପବନ ସମ୍ଭାବନା ରହିଛି । ମାତ୍ର ଆସନ୍ତା ୪ ଦିନ ପରେ କାଳବୈଶାଖୀ ପ୍ରଭାବ କମିବା ସହ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ସମ୍ଭାବନା ରହିଛି । 

ତେବେ ଶୁକ୍ରବାର ବଲାଙ୍ଗିର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌  ଥିବା ବେଳେ ଝାରସୁଗୁଡ଼ା ୩୮.୪, ସମ୍ବଲପୁର ୩୭.୭, ସୁନ୍ଦରଗଡ଼ ୩୭.୬, ସୋନପୁର ୩୭.୫, ଟିଟିଲାଗଡ଼ ୩୭, ଭବାନୀପାଟଣା ୩୭ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳ ଅଞ୍ଚଳ ଭିତରେ ଖୋର୍ଦ୍ଧାରେ ୩୬.୫, ଜଗତସିଂହପୁରରେ ୩୫.୫, ଭୁବନେଶ୍ୱରରେ ୩୫.୨ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା ଏବଂ ଗୁଳୁଗୁଳି ଅଧିକ ଥିଲା । 

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶନିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ୫୦-୬୦ କିମି ପବନ, କୁଆପଥର, ଧୂଳିଝଡ଼ ସହ ବଜ୍ରପାତ ଆଶଙ୍କା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଢେଙ୍କାନାଳରେ ବର୍ଷା, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇପାରେ । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ବଜ୍ରପାତ, ୩୦-୪୦ କିମି ପବନ, ଧୂଳିଝଡ଼ ହୋଇପାରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ । ଆସନ୍ତା ୪, ୫, ୬ ତାରିଖରେ ରାଜ୍ୟରେ ବର୍ଷା, ପବନ ଆଶଙ୍କା ରହିଛି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.