News7 Logo

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ

NEWS7
weather

ଭୁବନେଶ୍ୱର ୦୨।୦୯ : ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨୪  ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ମଙ୍ଗଳବାର କୋରାପୁଟ ଓ  ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । କଳାହାଣ୍ଡି, କନ୍ଧମାଳ,  ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ  ନୂଆପଡ଼ାରେ ଭାରୀ ବର୍ଷା ଆଶଙ୍କା ଅଛି ।  ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ ।

ବୁଧବାର (୩ ତାରିଖ) ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା  ଅଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ  କୋରାପୁଟରେ ଭାରୀ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶାର  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ସୋମବାର ପାରଳାଖେମୁଣ୍ଡିରେ  ୧୫.୨ମିମି, ବୌଦ୍ଧରେ ୧୪ମିମି ଓ  ଦାରିଙ୍ଗିବାଡ଼ିରେ ୫ମିମି ବର୍ଷା ହୋଇଛି ।