ନୂଆଦିଲ୍ଲୀ: ସରକାରୀ ଅର୍ଥ ହେରଫେର ମାମଲାରେ ସଂପୃକ୍ତି ଅଭିଯୋଗରେ ଗୁରୁବାର ହରିୟାଣା ସରକାର ଦୁଇ ଆଇଏଏସ୍ ଅଧିକାରୀ, ୨୦୧୧ ବ୍ୟାଚ୍‌ର ପ୍ରଦୀପ କୁମାର ଏବଂ ୨୦୧୨ ବ୍ୟାଚ୍‌ର ରାମ କୁମାର ସିଂହଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି। ଦୁଇ ଅଧିକାରୀଙ୍କ ନିଲମ୍ବନ ନେଇ କୌଣସି କାରଣ ଦର୍ଶାଯାଇ ନଥିଲେ ବି ଜଣାପଡ଼ିଛି ଏହି କାର୍ଯ୍ୟାନୁଷ୍ଠାନ, ଘରୋଇ ବ୍ୟାଙ୍କ IDFC ଫାଷ୍ଟ ବ୍ୟାଙ୍କ, AU ସ୍ମଲ୍ ଫାଇନାନ୍ସ ଏବଂ କୋଟାକ୍ ମହିନ୍ଦ୍ରା ଦ୍ୱାରା ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗର ତଦନ୍ତ ସହିତ ଜଡ଼ିତ। ବୁଧବାର ମୁଖ୍ୟ ସଚିବ ଅନୁରାଗ ରସ୍ତୋଗୀ ପୃଥକ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ଦୁଇ ଅଧିକାରୀ ରାଜ୍ୟ ପ୍ରଶାସନିକ ସେବାରୁ ଭାରତୀୟ ପ୍ରଶାସନିକ ସେବା (IAS)କୁ ପଦୋନ୍ନତି ପାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ, ପ୍ରଦୀପ କୁମାର ୨୦୨୨ ଅଗଷ୍ଟ ୩୧ରୁ ୨୦୨୫ ଡିସେମ୍ବର ୧୦ ପର୍ଯ୍ୟନ୍ତ ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (HSPCB)ର ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହି ଅବଧିରେ HSPCBର ବ୍ୟାଙ୍କିଂ ହୋଇଥିବା କାରବାର ଯାଞ୍ଚ କରାଯାଉଛି।ସେହିଭଳି ରାମ କୁମାର ସିଂହ ୨୦୨୫ ଜୁଲାଇ ୧୦ରୁ ୨୦୨୬ ଜାନୁଆରୀ ୨୮ ପର୍ଯ୍ୟନ୍ତ ପଞ୍ଚକୁଲା ନଗର ନିଗମ କମିଶନର ପଦବୀରେ ରହିଥିଲେ, ଏହି ସମୟରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପାଣ୍ଠିର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା।

Also Read: Special leave: କର୍ମଚାରୀଙ୍କ ପାଇଁ ଖୁସି ଖବର: ଛତିଶଗଡ଼ ସରକାର ଦେବେ ୧୨ ଦିନର ଛୁଟି, କଟିବନି ଦରମା

​​​​​​​​ନିଲମ୍ବନ ପୂର୍ବରୁ, ପ୍ରଦୀପ କୁମାରଙ୍କୁ ରାଜ୍ୟ ପରିବହନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଥିଲା ଏବଂ ରାମ କୁମାର ସିଂହଙ୍କୁ ପଞ୍ଚକୁଲା ମହାନଗର ଉନ୍ନୟନ କର୍ତ୍ତୃପକ୍ଷର ସ୍ୱତନ୍ତ୍ର ସଚିବ, ରାଜସ୍ୱ ଏବଂ ଅତିରିକ୍ତ ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା। ତେବେ ନିଲମ୍ବନ ପରେ ଏହି ଦୁଇ ଅଧିକାରୀଙ୍କ ମୁଖ୍ୟାଳୟ ଚଣ୍ଡିଗଡ଼ରେ ହରିୟାଣା ମୁଖ୍ୟ ସଚିବ (ସେବା-1 ଶାଖା)ରେ ହେବ।

ଏମିତି ହୋଇଥିଲା ଜାଲିଆତି ଏବଂ ପାଣ୍ଠି ଆତ୍ମସାତ

ଏହି ମାମଲା ୭୪୮ କୋଟି ଟଙ୍କାର ଏବ ବଡ଼ ଆର୍ଥିକ ଠକେଇ ସହ ଜଡ଼ିତ। ଏହା ମୁଖ୍ୟତଃ ଘରୋଇ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ସରକାରୀ ପାଣ୍ଠିର ଅବୈଧ ବ୍ୟବହାର ଦ୍ୱାରା ପରିଚାଳିତ। ସବୁଠାରୁ ବଡ଼ ଅଂଶ ହେଉଛି IDFC ଫାଷ୍ଟ ବ୍ୟାଙ୍କ ଏବଂ AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ସହିତ ଜଡ଼ିତ ୫୯୦-୫୯୭ କୋଟି ଟଙ୍କା ଆତ୍ମସାତ ମାମଲା। ପ୍ରଦୀପ କୁମାର, ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମେତ ଅନେକ ବିଭାଗର ସ୍ଥାୟୀ ଜମା (FD) ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ସ୍ୱସ୍ତିକ ଦେଶ ପ୍ରୋଜେକ୍ଟ ଭଳି ଜାଲି କମ୍ପାନିଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହ ଏହି ଅର୍ଥକୁ ବିଳାସପୂର୍ଣ୍ଣ ସମ୍ପତ୍ତି ଏବଂ ସ୍ଥାବର ସମ୍ପତ୍ତି ପାଇଁ ବ୍ୟବହାର କରାଯାଇଥିଲା।

Also Read: ଭାରତରେ ଦେଖାଦେଲା ୟୁରିଆ, ସାର ଓ କୀଟନାଶକ ସଙ୍କଟ, ଖରିଫ୍ ଋତୁରେ ଚାଷୀଙ୍କୁ ମିଳିବ ତ ସାର?

​​​​​​​​​​​​​​​​​​ଦ୍ୱିତୀୟଟି ହେଉଛି କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ୧୫୦- ୧୫୮ କୋଟି ଟଙ୍କାର ଠକେଇ । ପଞ୍ଚକୁଲା ମ୍ୟୁନିସିପାଲ କର୍ପୋରେସନର ଅଧିକାରୀମାନେ ବେନାମୀ ଆକାଉଣ୍ଟ ଖୋଲିବା ଏବଂ ସମୟ ପୂର୍ବରୁ FD ଭାଙ୍ଗିବା ପାଇଁ ଜାଲି ଦସ୍ତକ୍ଷତ ଏବଂ ସିଲ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜୁଲାଇ ୨୦୨୫ରୁ ଫେବୃଆରୀ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଅନିୟମିତତା ପର୍ଦ୍ଦାଫାଶ ହୋଇଥିଲା। ଏହି ଫ୍ରଡ ପ୍ରଥମେ ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ସହରାଞ୍ଚଳ ନିଗମ ଏବଂ ପଞ୍ଚାୟତ ବିଭାଗ ପକ୍ଷରୁ ଆକାଉଣ୍ଟ ବନ୍ଦ କରିବା କିମ୍ବା FD ବାଲାନ୍ସ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ। ହେଲେ କେବଳ ଜାଲ୍ ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ବେନାମୀ ପାଣ୍ଠି ଆବିଷ୍କାର କରିଥିଲେ। ୨୦୨୬ ମାର୍ଚ୍ଚରେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ଏବଂ ପରବର୍ତ୍ତୀ ସମୟରେ ହରିୟାଣା ସରକାର ସମ୍ପୃକ୍ତ ଘରୋଇ ବ୍ୟାଙ୍କଗୁଡ଼ିକୁ ତାଲିକାରୁ ବାହାର କରିଥିଲେ।