LIVE TV

ଏକତରଫା ପ୍ରେମ ପାଇଁ ଅଜବ କାରନାମା, ପ୍ରେମିକାକୁ ବଶ କରିବାକୁ ଗୁଣିଗାରେଡ଼ି

NEWS7
break

ବାଲିପାଟଣା ୨୧।୦୯ :  ଏକତରଫା ପ୍ରେମ ପାଇଁ ଅଜବ କାରନାମା । ଏପଟେ ପ୍ରେମିକାକୁ ବସ କରିବାକୁ ଗୁଣିଗାରେଡି। ସେପଟେ ପ୍ରେମିକା ଘର ଆଗରେ ହଙ୍ଗାମା। ବନ୍ଧା ହୋଇଛି ପ୍ରମିକ। ନଜର ପକାନ୍ତୁ ପ୍ରଥମ ଦୃଶ୍ୟ ଉପରେ।

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଚାଲିଛି ଗୁଣି ଗାରେଡ଼ି। ଚାଲିଛି ପୂଜା ପାଠ। ଏପଟେ ରାତିରେ ଏକ ତରଫା ପ୍ରେମ କରୁଥିବା ଯୁବକ ପ୍ରେମିକା ଘର ଆଗରେ ହଙ୍ଗାମା କରି ବନ୍ଧା ହୋଇଛି । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ତରାବୋଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏପରିକି ରାତିରେ ଚାଲିଛି ଗୁଣି ଗାରେଡି, ଗୁଣିଆ କରୁଛି ପୂଜାର୍ଚ୍ଚନା । ସଂପୃକ୍ତ ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ କରୁଛି ଗୁଣି । ଭିଡିଓରେ ଦେଖା ଯାଉଛି ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି ଗାରେଡି କରୁଛି। ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିଗାରେଡି କରୁଛନ୍ତି ଯୁବକଙ୍କ ସାଙ୍ଗମାନେ । ଏଭଳି ଘଟଣାର ଭିଡିଓ ଭାଇରାଲ୍ ହୋଇଛି ।

ସେପଟେ ରାତି ଅଧରେ ଗାଁରେ ହଙ୍ଗାମା କରି ବନ୍ଧା ହେଲା ଯୁବକ। ଏକତରଫା ପ୍ରେମ କରୁଥିବା ଅଭୟମୁଖୀ ଗାଁର ଶାନ୍ତନୁ ଶତପଥୀ ବିଳମ୍ବିତ ରାତିରେ ତରାବୋଇ ଗାଁରେ ପହଞ୍ଚି ଟେକା ପଥର ମାଡ କରିବା ସହ କବାଟ ବାଡେଇଥିଲା । ଗାଁ ବିଦ୍ୟୁତ୍ ତାରକୁ କାଟିବାକୁ ଚେଷ୍ଟା କରିଥିଲା । ବୋତଲରେ ପେଟ୍ରୋଲ ଧରି ଗାଁ ରେ ବୁଲି ହଙ୍ଗାମା କରିଥିଲା । ଗାଁ ଲୋକ ଶାନ୍ତନୁ ସହ ଅନ୍ୟ ୨ ଜଣଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଶାନ୍ତନୁ ଶତପଥୀ ଏବଂ ତା ସହଯୋଗୀକୁ ହେପାଜତକୁ ନେଇ ପଚରାଉଚରା କରୁଛି ।