ଅଧା ରହିଗଲା ବାହାଘର,ବେଦୀକୁ ଯିବା ପୂର୍ବରୁ ଟଳିପଡିଲେ ବର

Published By : Prameya-News7 Bureau | April 28, 2024 IST

ଉତ୍ତରପ୍ରଦେଶ ୨୮/୪: ଏମିତି ବି ଆସେ ମୃତ୍ୟୁ । ବାହାଘର ପୂର୍ବରୁ ଟଳିପଡିଲେ ବର । କନିଆ ଧରି ଘରକୁ ଯିବା ପୂର୍ବରୁ କୋକେଇରେ ଯାଇଛନ୍ତି ବର । ଉତ୍ତରପ୍ରଦେଶର ବିଜନୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ମୃତକ ବିଜନୁର ଅଞ୍ଚଳର ୨୨ ବର୍ଷର ଯୁବକ ନୀତୁ ବୋଲି ଜଣାପଡିଛି । 

ନୀତୁଙ୍କ ବାହାଘର ପାଇଁ ସବୁକିଛି ଆୟୋଜନ ସରିଥିଲା । ବାଣ ରୋଷଣୀରେ ବରଯାତ୍ରୀ ଧରି କନିଆ ଘରକୁ ଯିବା ପୂର୍ବରୁ ପୂଜା କରିବାକୁ ମନ୍ଦିର ଯାଇଥିଲେ ନୀତୁ । ସେଠାରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା । ସେଠାରେ ନୀତୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ନୀତୁଙ୍କ ପରିବାର ଲୋକ କହିଛନ୍ତି, ନୀତୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିଲା । ହଠାତ କ'ଣ ପାଇଁ ଏମିତି ଘଟିଲା ତାକୁ ନେଇ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.