ପୁଣି ଅଡ଼ୁଆରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ: ଲୋକଙ୍କୁ ଖରାପ ଇଙ୍ଗିତ କରିବାରୁ ଥାନାରେ ମାମଲା ରୁଜୁ

NEWS7
kejriwal-gave-10-guarantees-to-the-country

ମୁମ୍ବାଇ: ପୁଣି ଅଡ଼ୁଆରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏକ କାର୍ଯ୍ୟକ୍ରମରେ ଲୋକଙ୍କ ଆଡ଼କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଆର୍ଯ୍ୟନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି। ନଭେମ୍ବର ୨୮ ତାରିଖରେ ବେଙ୍ଗାଲୁର ଏକ ପବ୍‌ରେ ଆର୍ଯ୍ୟନଙ୍କ ଲୋକଙ୍କ ଆଡ଼କୁ ମଝି ଆଙ୍ଗୁଳି ଦେଖାଇଥିଲେ। ଏହି ପବରେ ମହିଳାମାନେ ବି ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କର ଏଭଳି ଆଚରଣ ମହିଳାଙ୍କ ପ୍ରତି ଅପମାନ ବୋଲି ମାମଲାରେ ଉଲ୍ଲେଖ ରହିଛି।

ନଭେମ୍ବର ୨୮ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା। ପବ୍ରେ ସମସ୍ତେ ଉପସ୍ଥିତ ଥିବା ବେଳେ ଆର୍ଯ୍ୟନ ଖାନ ବାଲକୋନିକୁ ଆସି ଲୋକଙ୍କ ଆଡ଼କୁ ଦୁଇ ହାତରେ ମଝି ଆଙ୍ଗୁଳି ଦେଖାଇଥିଲେ। ଏପରି କରିବା ଅକ ଅଶାଳୀନ ଆଚରଣ ବୋଲି ଧରାଯାଏ। ଆର୍ଯ୍ୟନଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ଲୋକେ ଆର୍ଯ୍ୟନଙ୍କୁ ନାନା ସମାଲୋଚନା ମଧ୍ୟ କରିଥିଲେ। ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଥିଲେ।