LIVE TV

ନୌଗାମ ଥାନାରେ ବିସ୍ଫୋରଣ: ଜମ୍ମୁକାଶ୍ମୀର ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ଚାଲିଛି ତଦନ୍ତ

NEWS7
govt-plan-for-hirakud-dam

ଜମ୍ମୁ ୧୫/୧୧: ନୌଗାମ ଥାନା ବିସ୍ଫୋରଣ ନେଇ ଡିଜିପି ପ୍ରତିକ୍ରିୟା । ଜମ୍ମୁକାଶ୍ମୀର ଡିଜିପିଙ୍କ କହିଛନ୍ତି ଏତେ ବଡ଼ ଘଟଣା ଦୁର୍ଘଟଣାଜନିତ । ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା । ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୩୨ ଆହତ ।

ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା ବୋଲି ଡିଜିପି କହିଛନ୍ତି । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି ବୋଲି ଡିଜିପି କହିଛନ୍ତି । ଜାମ୍ମୁ ଓ କାଶ୍ମୀର ଡିଜିପି ନଲୀନ ପ୍ରଭାତ କହିଛନ୍ତି, "ବିସ୍ଫୋରଣରେ ୧୦ ଜଣ ପ୍ରାଣ ହରାଇଛନ୍ତି ।

ଯେଉଁଥିରେ ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍ ଫୋଟୋଗ୍ରାଫରଙ୍କ ମୃତ୍ୟୁ ହୋଇଛି। ୨ ରାଜସ୍ବ ଅଧିକାରୀ ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହାସହ ଅନେକ ସାଧାରମ ଲୋକଙ୍କ ବି ମୃତ୍ୟୁ ହୋଇଛି । ସେ ଏହାକୁ ଏକ ଦୁର୍ଘଟଣାଜନିତ ବିସ୍ଫୋରଣ ବୋଲି କହିଥିଲେ ଏବଂ ଘଟଣାର କାରଣ ବିଷୟରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ ବୋଲି କହିଥିଲେ।

ଡିଜିପି କହିଛନ୍ତି ଯେ ପିଏସ୍ ନୌଗାମର ଏଫଆଇଆର ନମ୍ବର ୧୬୨/୨୦୨୫ର ତଦନ୍ତ ସମୟରେ, ୯ ଓ ୧୦ ନଭେମ୍ବର ୨୦୨୫ରେ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ପଦାର୍ଥ, ରାସାୟନିକ ପଦାର୍ଥ ଏବଂ ରିଏଜେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସାମଗ୍ରୀକୁ ପରିବହନ କରାଯାଇଥିଲା ଓ ପୋଲିସ ଷ୍ଟେସନର ଖୋଲା ଅଞ୍ଚଳରେ ସୁରକ୍ଷିତ ଭାବରେ ରଖାଯାଇଥିଲା।

ହରିୟାଣାର ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀ (ଆମୋନିୟମ୍ ନାଇଟ୍ରେଟ୍) ର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହେବାର କିଛି ଦିନ ପରେ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ।