News7 Logo

ଅମୂଲ ମୂଲ ସୁନା, ଲକ୍ଷେ ଟପିଲା ୨୨ କ୍ୟାରେଟ ସୁନା ଦର

NEWS7
Gold and silver

ଭୁବନେଶ୍ଵର: ଅମୂଲ ମୂଲ ସୁନା ଦର। ଲକ୍ଷେ ଟପିଲା ୨୨ କ୍ୟାରେଟ ସୁନା ଦର।  ଆଜି ଭୁବନେଶ୍ଵରରେ ୨୨ କାରେଟ ସୁନା ଦର ସର୍ବକାଳୀନ ରେକର୍ଡ କରିଛି। ୧୦  ଗ୍ରାମ ୨୨ କାରେଟ୍ ସୁନା ଦର ୧ ଲକ୍ଷ ୧ ହଜାର ୧୦୦ ହୋଇଛି।  ସେପଟେ ହୁ ହୁ ହୋଇ ବଢୁଥିବା ସୁନା ଦରକୁ ନେଇ ଚିନ୍ତାରେ ମଧ୍ୟବିତ୍ତ।

ଗତ ୧୫ ଦିନ ଭିତରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା  ରୁ ହଜାର ଟଙ୍କା ମହଙ୍ଗା ହେଲାଣି । ଆଜି ଭୁବନେଶ୍ୱରରେ  ୨୨  କାରେଟ ସୁନାଦର  ଏକ ଲକ୍ଷ ଏକ ହଜାର ଶହେ ଟଙ୍କା  ଛୁଇଁଛି।  ୧୫ ଦିନ ତଳେ ୧୦ ଗ୍ରାମ  ୨୨ କ୍ୟାରେଟ  ସୁନା ଦର   ପ୍ରାୟ ୯୩ ହଜାର ରହିଥିଲା।  ଝିଅ  ବାହାଘର ହେଉ କି କୌଣସି ସାମାଜିକ  କାମ ପାଇ ଲୋଡା ପଡ଼ୁଥିବା ସୁନା କିଣିବାକୁ ଲୋକେ ଡରୁଛନ୍ତି ।  ଅଧିକ ଗ୍ରାମ ବଦଳରେ କମ ଓ  ହାଲୁକା ଓଜନ ସୁନା କିଣିବାକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି।  ଦାମ ବଢୁଥିବାରୁ ଏବେ କମ ଓଜନର ସୁନା କିଣି  ବିବାହ କାମ ଚଲେଇ  ଦେବ ବୋଲି କହିଛନ୍ତି ଗ୍ରାହକ।  ହୁ ହୁ ହୋଇ ବଢୁଥିବା ସୁନା  ଦର ବୃଦ୍ଧିକୁ ନେଇ ମଧ୍ୟବିତ୍ତଙ୍କ ଚିନ୍ତାରେ।

ଅନ୍ତର୍ଜାତୀୟ  ବଜାରରେ ଅସ୍ଥିରତା, ଟ୍ରମ୍ପ୍ ତାରିଫ, ସୁନାରେ ନିବେଶ ବୃଦ୍ଧି ସୁନା ଦର ବୃଦ୍ଧି କାରଣ  ବୋଲି ମତ ପ୍ରକାଶ କରିଛନ୍ତି  ଜୁଏଲାରୀ ଦୋକାନୀ।  ୨୨ କ୍ୟାରେଟ ସାଙ୍ଗକୁ ୨୪ କ୍ୟାରେଟ୍ ସୁନା ବି  ତଳ ଦେଇ ଉପର ମୁହଁ ହେଉଛି। ତେବେ ଗତ କିଛି ମାସ ହେଲା ସୁନାଦ ବଢ଼ିବାରେ ଲାଗିଛି। ଆଗକୁ ସୁନା ଆହୁରି   ମହଙ୍ଗାନେଇ ଆଶଙ୍କା କରାଯାଉଛି।