ଅଫିସର ଜାଣିନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ, ୨୪ ବର୍ଷ ସରକାରର ହ୍ୟାଙ୍ଗ ଓଭର ଯାଇନି

Published By : Prameya-News7 Bureau | August 06, 2025 IST

ଭୁବନେଶ୍ବର ୬।୮: ଅଫିସରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ଅଫିସର ଜାଣିନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ । ଅଫିସର ମାନଙ୍କର ୨୪ ବର୍ଷ ସରକାରର ହ୍ୟାଙ୍ଗ ଓଭର ଯାଇନି । ଉପମୁଖ୍ୟ ସଚେତକ କହିଲେ ଜାଣିପାରୁନାହାନ୍ତି ଅଫିସର । ପଦପଦବୀରେ ଗାରିମା ବୁଝିପାରୁନାହାନ୍ତି । ବିଧାୟକ କହିଲେ ଜାଣୁଛନ୍ତି, ଉପମୁଖ୍ୟ ସଚେତକ କହିଲେ ବୁଝୁନାହାନ୍ତି । ୨୪ ବର୍ଷ ଧରି ସେହି ମୁଖ୍ୟମନ୍ତ୍ରୀ ସେହି ପ୍ରଶାସକ ଭୂମିକା ନିଭାଉଥିଲେ । ଅନ୍ୟମାନଙ୍କ ଭୂମିକା କିଛି ନଥିଲା । ସେଥିପାଇଁ ଏଭଳି ଭୁଲ୍ କରୁଛନ୍ତି ଅଫିସର । ଆମେ ଅଫିସରଙ୍କ ଭୁଲକୁ କ୍ଷମା କରି ବାଟକୁ ଆଣିବୁ ।

ସେପଟେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ବୁକ୍ ସର୍କୁଲାର ୪୭ରେ ସେମାନେ କହୁଥିଲେ ଆମେ କାର୍ଯ୍ୟକାରୀ କରିପାରୁନୁ ଏବେ ସେମାନେ ସରକାରରେ । ଲୋକଙ୍କ ଟିକେ ଅପସନ୍ଦ ହେଲା ବିଜେପିକୁ ଶାସନରେ ବସାଇଲେ । କିନ୍ତୁ ଦୁଃଖଦାୟକ ଘଟଣା ବିଧାୟକଙ୍କୁ ଅଫିସର ଚିହ୍ନିପାରୁ ନାହାନ୍ତି । ଏବେ କିଏ ଶାସନ କରୁଛି । ନିଜ ଦଳରେ ପ୍ରଚାର ପ୍ରସାର, ଆତ୍ମ ଗାରିମା ନ ଛାଡିଲେ କିଛି ହେବନି । ଅଫିସଙ୍କୁ ଚିଠି ଦିଆ ହୋଇଛି କିନ୍ତୁ କେମିତି ବିଧାୟକଙ୍କୁ ଚିହିଁ ପାରୁନାହାନ୍ତି । ଅଫିସରଙ୍କୁ ନେଇ ଟ୍ରେନିଂ କାର୍ଯ୍ୟକ୍ରମ କରନ୍ତୁ, ଆମ ବିଧାୟକଙ୍କୁ ଚିହ୍ନନ୍ତୁ । ଏହା ବିଧାୟକ ମାନଙ୍କ ପାଇଁ ଅପମାନ । କିଛି କାମ କରିପାରୁନାହାନ୍ତି କେଉଁ ବାଟ ଦେଇକି ଖସିବେ ଭାବୁଛନ୍ତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.