ଉଦଳା: ଅଧା ରହିଗଲା ସାଥୀ ହୋଇ ଜିଇଁବାର ସ୍ୱପ୍ନ ! ପ୍ରେମିକର ମୃତ୍ୟୁ ଖବର ସହିନପାରି ଜୀବନ ହାରିଦେଲେ ପ୍ରେମିକା। ତୁ ରହିଲୁନି ତ ମୁଁ କେମିତି ରହିବି... ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ। ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମଗଡ଼ିଆ ଗ୍ରାମରୁ।

ସୂଚନା ଅନୁଯାୟୀ,ଡିମଗଡ଼ିଆ ଗ୍ରାମରଯୁବତୀ ଅନୁଗୁଳ ନାଲକୋ ଅଞ୍ଚଳର ଯୁବକ ପିଣ୍ଟୁଙ୍କୁ ଦୀର୍ଘ ବର୍ଷ ହେବ ଭଲ ପାଇ ଆସୁଥିଲେ। ଉଭୟ ବିବାହ କରି ଏକାଠି ନୂଆ ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ। ହେଲେ ନିୟତିର ଖେଳ ଥିଲା ଭିନ୍ନ। ଗତ ୪ ଦିନ ତଳେ ପିଣ୍ଟୁ କାମ ପାଇଁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପିଣ୍ଟୁ ମେଡିକାଲରେ ଭର୍ତ୍ତି ହୋଇଥିଲେ।

also read- ପିଠିରେ ଭୁସା ହୋଇଥିଲା ଛୁରି, ୪ କିମି ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଯୁବକ

ତେବେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କ ମୃତ୍ୟୁ ଘଟିଥିବା ଖବର ପାଇବା ପରେ ସମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ବସିଥିଲେପ୍ରେମିକା। ପ୍ରେମିକଙ୍କ ବିଚ୍ଛେଦ ଦୁଃଖକୁ ସହିନପାରି ସେ ଘର ପଛ ବାଡ଼ିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଉଦଳା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେମ ପାଇଁ ଯୁବତୀଙ୍କ ଏଭଳି ଆତ୍ମାହୁତି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।