ନୂଆଦିଲ୍ଲୀ: ଫେସନ ଦୁନିଆରେ ବିପ୍ଳବ ଆଣିଥିବା ଇଟାଲୀର ଫେସନ କମ୍ପାନୀ ଅର୍ମାନୀ ଫାଉଣ୍ଡର ଜର୍ଜିଓ ଅର୍ମାନୀଙ୍କର ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ୯୧ ବର୍ଷରେ ତାଙ୍କର ବିୟୋଗ ହୋଇଥିବା ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ବିବୃତ୍ତି ଜାରି କରି କହିଛି  ଯେ ଅତ୍ୟନ୍ତ ଦୁଃଖର ସହିତ ଘୋଷଣା କରୁଛୁ ଯେ ଆର୍ମାନୀ ଗ୍ରୁପ୍ ଏହାର ସ୍ରଷ୍ଟା, ପ୍ରତିଷ୍ଠାତା ଜର୍ଜିଓ ଆର୍ମାନିଙ୍କ ପରଲୋକ ହୋଇଛି। ସେ ଆମ ପାଇଁ ପ୍ରେରଣା ଦାୟୀ ଥିଲେ ବୋଲି କମ୍ପାନୀ କହିଛି।

"ରେ ଜିଓର୍ଜିଓ କିମ୍ବା କିଙ୍ଗ୍ ଜିଓର୍ଜିଓ ଭାବରେ ଜଣାଶୁଣା, ଆରମାନୀ ତାଙ୍କର ଆଧୁନିକ ଇଟାଲୀୟ ଶୈଳୀ ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଡିଜାଇନର ମନବୃତିକୁ ବ୍ୟବସାୟରେ ପରିଣତ କରି ଏକ ଏମିତି ଫେସନ ଡିଜାଇନ୍ କମ୍ପାନୀ ଚଳାଉଥିଲେ ଯାହା ପ୍ରତିବର୍ଷ ପ୍ରାୟ . ବିଲିୟନ ୟୁରୋ ବ୍ୟବସାୟ କରୁଥିଲା। କମ୍ପାନୀ କହିଛି ଯେ ଇଟାଲିର ମିଲନରେ ଆରମାନୀଙ୍କ ଅନ୍ତିମ ସଂସ୍କାର ପ୍ରକୋଷ୍ଠ ସେପ୍ଟେମ୍ବର ୬ ଏବଂ ୭ ରେ ସ୍ଥାପନ କରାଯିବ। ପରେ ପାରିବାରିକ ଭାବେ ଅନ୍ତିମ ସଂସ୍କାର କରାଯିବ ସିହତ ଶୋକ ପାଳନ କରାଯିବ ବୋଲି କମ୍ପାନୀ କହିଛି।

ତାଙ୍କ ଅସୁସ୍ଥତା ଯୋଗୁ ଇଟାଲୀୟ ଫ୍ୟାଶନ୍ ଡିଜାଇନର ଅର୍ମାନୀଙ୍କୁ ଜୁନ୍ ମାସରେ ହୋଇଥିବା ମିଲାନର ପୁରୁଷ ଫ୍ୟାଶନ୍ ଶୋରେ ତାଙ୍କୁ ଓହରି ଯିବାକୁ ବାଧ୍ୟ କରାଯାଇଥିଲା। ଏହା ତାଙ୍କ କମ୍ପାନୀ ଆୟୋଜନ କରୁଥିଲେ ସୁଦ୍ଧା ସେ ଅର୍ମାନୀରୁ ଏଥିରୁ ଓହରିଯାଇଥିଲେ। ତାଙ୍କର କ୍ୟାରିଅରରେ ପ୍ରଥମ ଥର ପାଇଁ ସେ ଏକ କ୍ୟାଟୱାକ୍ ଇଭେଣ୍ଟରୁ ଓହରିଯାଇଥିଲେ।  ସେ ତାଙ୍କ ଫ୍ୟାନସ ବ୍ରାଣ୍ଡର ସମସ୍ତ ସାମଗ୍ରୀ ଉପରେ ନଜର ରଖୁଥିଲେ। ବ୍ୟବସାୟର ପ୍ରତ୍ୟେକ ଦିଗକୁ ତଦାରଖ କରୁଥିଲେ। ବିଜ୍ଞାପନ ଠାରୁ ଆରମ୍ଭ କରି ରନୱେକୁ ଯାଉଥିବା ମଡେଲମାନଙ୍କ କେଶ ସଜାଡ଼ିବା ପର୍ଯ୍ୟନ୍ତ ସବୁ କାମକୁ ସେ କରୁଥିଲେ।