ନବମ ଶ୍ରେଣୀ ଛାତ୍ର ପକେଟରୁ ବନ୍ଧୁକ ଜବତ, କେଉଁଠୁ ଆଣିଲା ?

NEWS7
garry-sobers-smashes-365-runs-against-pakistan-youngest-player-to-score-triple-century-in-test-cricket

ମାର୍ଶାଘାଇ: ନବମ ଶ୍ରେଣୀ ଛାତ୍ରଙ୍କ ପକେଟରୁ ବନ୍ଧୁକ ବାହାରିବ ଘଟଣାକୁ ନେଇ ଚର୍ଚ୍ଚା। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ପୋଲିସ ବନ୍ଧୁକ ଜବତ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀମ, ଗତକାଲି ଅପରାହ୍ନ ସମୟରେ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ କ୍ଲାସ ଚାଲିଥିଲା। ଏହି ସମୟରେ ଛାତ୍ର ଜଣକ ପକେଟ ଉଚ୍ଚା ଦେଖାଯିବା କାରଣରୁ ଗଣିତ ସାର ଚେକିଂ କରିବା ପରେ ଛାତ୍ର ପକେଟରୁ ବାହାରିଥିଲା ଏକ ବନ୍ଧୁକ।

ପ୍ରଧାନ ଶିକ୍ଷକ ତୁରନ୍ତ ଥାନାରେ ଅଭିଯୋଗ ପରେ କୁଦାନଗରୀ ପୋଲିସ ବିଦ୍ୟାଳୟ ପରିସରରେ ପହଞ୍ଚି ବନ୍ଧୁକ ଜବତ କାରି ଛାତ୍ର ଜଣଙ୍କୁ ସୁଧାର ଗୃହକୁ ସ୍ଥାନାନ୍ତର କରିବା ସହ ଫରେନସିକ୍ ଟେଷ୍ଟ ପାଇଁ ବନ୍ଧୁକ ପଠାଇବା ସହିତ ଆରମ୍ଭ କରିଛି ତଦନ୍ତ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପିଲାଟି ବନ୍ଧୁକ କେଉଁଠୁ ଆଣିଲା। ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।