News7 Logo

କଅଁଳ ବୟସରେ ନାତି ଆଖି ବୁଝିଲା, ବୁଢି ମା' ସହିପାରିଲାନି ବିରହ ଯନ୍ତଣା

NEWS7
deth

ଯାଜପୁର ୧୨/୦୯: ନାତିର ୧୩ ଦିନ ପରେ ଚାଲିଗଲେ ଜେଜେମା । ନାତିକୁ ଝୁରି ଝୁରି ଝଡି ପଡ଼ିଲେ ଜେଜେମା । ଜେଜେମା'ର ଭାରି ଗେହ୍ଲା । ଘଡ଼ିଏ ନଦେଖିଲେ, ଜେଜେମା' ବ୍ୟସ୍ତ ହୋଇପଡୁଥିଲା। ସକାଳୁ ଉଠିବା ପର ଠୁ ରାତି ଯାଏ ନାତିର ଅଧା ଦାୟିତ୍ଵ ବୁଝୁଥିଲା ଜେଜେମା’। ନାତି କେମିତି ଭଲ ମଣିଷ ହେବ, ସେଥିସ ପାଇଁ ଜେଜେମା ସବୁବେଳେ ଠାକୁରଙ୍କୁ ଡାକୁଥିଲା ।

ଗତବର୍ଷ ତା'ର ବ୍ରତୋପନୟନ ବେଳେ ଜେଜେମା' ଭାରି ଖୁସି ହୋଇ ଯାଇଥିଲା । ନାତିର ବାହାଘର ଦେଖିବା ପାଇଁ ମନ କରିଥିଲା। ଦଇବ କିନ୍ତୁ ନିଷ୍ଠୁର ସାଜିଲା । କଅଁଳ ବୟସରେ ନାତି ଆଖ୍ ବୁଝିଲା । ହସଖୁସିରେ ଘରୁ ବାହାରି ଯାଇଥିଲା ଠାକୁରଙ୍କୁ ବିସର୍ଜନ କରିବ ବେଲି। ହେଲେ ଆଉ ଘରକୁ ଫେରିନଥିଲା । ଗଣେଶ ବିସର୍ଜନ ବେଳେ ପୋଖରୀ ରେ ବୁଡ଼ି ନାତି ମୃତ ବରଣ କରିଥିଲା । ନାତିର ମୃତ ଖବର ଶୁଣିବା ପରଠାରୁ ଖାଇବା ପିଇବା ଛାଡି ଦେଇ ନାତି କି ଝୁରି ଝୁରି ଶେଷରେ ନାତିର ମୃତ ୧୩ ଦିନ ପରେ ହୃଦଘାତରେ ଚାଲିଗଲେ ଜେଜେ ମା ।  ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ପାଣିକୋଇଲି ଥାନା ଅମୃତିଆ ପଞ୍ଚାୟତ ରଙ୍ଗା ରଙ୍ଗ ଗ୍ରାମରେ ।

ଗତ ୨୯ ତାରିଖ ଦିନ ରଙ୍ଗା ରଙ୍ଗ ଗ୍ରାମର ବସନ୍ତ କୁମାର ସାହୁ ଙ୍କ ପୁଅ ସତ୍ୟପ୍ରକାଶ ସାହୁ (ବୟସ ୧୩) ଗଣେଶ ବିସର୍ଜନ ସମୟରେ ପୋଖରୀ ରେ ବୁଡ଼ି ଯାଇଥିଲେ । ବହୁ ଖୋଜା ପରେ ପୋଖରୀ ରୁ ଗୁରୁତ୍ୱର ଅବସ୍ଥା ରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଆଉ ଯାହାକୁ ନେଇ ପୁରା ଗାଁ ଶୋକାକୁଳ ଖେଳି ଯାଇଥିଲା । ସେପଟରେ ନାତିର ମୃତ ଖବର ପାଇବା ପରେ ଜେଜେ ମା କନକ ଲତା ସାହୁ ବୟସ ନାତିର ମୃତ ଖବରକୁ ସହି ପାରିନଥିଲେ ।

ଆଉ ସେଇ ଦିନଠୁ ଜେଜେ ମା ଖାଇବା ପିଇବା ବନ୍ଦ କରିଦେଇଥିଲେ । ଶେଷରେ ଗେହ୍ଲା ନାତିକୁ ଝୁରି ଝୁରି ଗୁରୁତ ହୋଇ ପଡ଼ିଥିଲେ । ପରିବାର ଲୋକେ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଏକ ବେସରକାରୀ ଚିିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର କନକ ଲତାକୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ପରିବାରରେ ଶୋକାକୁଳ ପରିବେଶ ଖେଳିଯାଇଛି ।