News7 Logo

ନମ୍ବର ବିହୀନ ଦାମୀ କାର୍, ଗାଡ଼ିରେ ଚାଲିଥିଲା ଗଞ୍ଜେଇ କାରବାର

NEWS7
ganja

ବିନିକା ୦୮।୦୯ :  ଦାମୀ କାର୍‌...ଆଉ କାର୍‌ରେ ସୁନ୍ଦରୀ ଯୁବତୀ । ସାଥିରେ ଥିଲେ ଦୁଇ ଜଣ ଯୁବକ।ଏକାଠି କରୁଥିଲେ ଗଞ୍ଜେଇ ଚାଲାଣ । ଯାହା ସଂପର୍କରେ ଚଢାଉ କରି ପୋଲିସ ଏହି ଖୁଲାସା କରିଛି । ବାକି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଛାନ୍‌ଭିନ୍‌ ଜାରି ରଖିଛି 

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ପୋଲିସକୁ ଗଞ୍ଜେଇ ଚାଲାଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି କଡ଼ା ଚେକିଂ କରୁଥିଲା ପୋଲିସ । ଏହିକ୍ରମରେ ଏକ ନମ୍ବର ବିହୀନ କାର୍‌ ଦ୍ରୁତ ଗତିରେ ଆସିଥିଲା । ଯାହାକୁ ଅଟକାଇଥିଲେ ପୋଲିସ । ହେଲେ ପୋଲିସକୁ ଚକ୍‌ମା ଦେଇ ଗୁଲାପଡ଼ା ଛକ ନିକଟରୁ ଦୁଇ ଜଣ ଯୁବକ ଓ ଜଣେ ଯୁବକ ଫେରାର ମାରିଥିଲେ। ପରେ ବିନିକା ପୋଲିସ ସେମାନଙ୍କ ପିଛା କରିବା ଆରମ୍ଭ କରିଥିଲା । କିଛି ବାଟ ଯିବା ପରେ ଜଣେ ଯୁବକ ଓ ଯୁବତୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ବାକି ଅନ୍ୟ ଜଣେ ଯୁବକ ଫେରାର ହେବାରେ ସକ୍ଷମ ହୋଇଥିଲେ । ତେବେ ଗାଡିରୁ କେତେ ପରିମାଣର ଗଞ୍ଜେଇ ରହିଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବାକି ଆଉ କେଉଁମାନେ ଏହି କାରବାରରେ ସାମିଲ ଅଛନ୍ତି । ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।