News7 Logo

ଅପରେସନ ପ୍ରହାରରେ ଥରହର ନିଶା ବେପାରୀ, ମାଫିଆଙ୍କ ଘରେ ପୋଲିସ ବୁଲାଇଲା ବୁଲଡୋଜର

NEWS7
Bhubaneswar

ଭୁବନେଶ୍ବର ୯୯: ନିଶା ବେପାରୀଙ୍କ ଘରେ ଅତର୍କିତ ପ୍ରହାର କଲା କମିଶନରେଟ୍ ପୋଲିସ । ଅପରେସନ ପ୍ରହାରରେ ଥରହର ନିଶା ବେପାରୀ । ଗଞ୍ଜେଇ ମାଫିଆଙ୍କ ଘରେ ପୋଲିସ ବୁଲାଇଲା ବୁଲଡୋଜର । ମାଟିରେ ମିଶିଲା ଗଞ୍ଜେଇ ମାଫିଆଙ୍କ ଘର । ଜେସିବି ଲଗାଇ ଭାଙ୍ଗିଲା ନୟାପଲ୍ଲୀ ଥାନା ପୋଲିସ । ସ୍କୁଲ ଆଉ ମାର୍କେଟ ମଝିରେ ଦୋକାନ କରି ବିକୁଥିଲା ଗଞ୍ଜେଇ ପୁଡିଆ ଓ ଗଞ୍ଜେଇ ସିଗାରେଟ୍ । କିଛି ଦିନ ତଳେ କୁଖ୍ୟାତ ନିଶା ମାଫିଆ ସାବିତ୍ରୀ ବେହେରାକୁ ପୋଲିସ ଗିରଫ କରିଥିବା ବେଳେ ତା ନିକଟରୁ କେଜିଏରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରେ ଚଳାଇଥିଲା ନିଶା କାରବାର । ସାବିତ୍ରୀ ପୂର୍ବରୁ ନିଶା କାରବାର କରି ଗିରଫ ହୋଇ ଜେଲ୍ ଯାଇଥିଲେ ମଧ୍ୟ ଜେଲ୍‌ରୁ ଫେରି ଚଳାଇଥିଲା ନିଶା ସାମ୍ରାଜ୍ୟ ।

ଗତ ୭ଦିନ ମଧ୍ୟରେ କମିଶନରେଟ୍ ପୋଲିସର ଅପରେସନ ପ୍ରହାରକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ୧୩ଟି ମାମଲା ରୁଜୁ ହେବା ସହ ୧୯ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । କେବଳ ବ୍ରାଉନସୁଗାର ବିକ୍ରି ମାମଲାରେ ୩ ଜଣ ନିଶା ମାଫିଆ ଗିରଫ ହେବା ସହ ୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୮୧ ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ମୋବାଇଲ ଏବଂ ଗୋଟିଏ ଗାଡି ଜବତ କରିଛି ପୋଲିସ । ସେହିଭଳି ୧୬ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ୨୬ କେଜି ୫୧୫ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ୩୦ ହଜାରରୁ ଅଧିକ ଟଙ୍କା ଶହ ଦୁଇଟି ମୋବାଇଲ ଏବଂ ଦୁଇଟି ଗାଡି ଜବତ କରିଛି ପୋଲିସ । ସେପଟେ ନିଶା ବେପାରୀ ଘର ଭଙ୍ଗା ଯାଉଥିବାରୁ ସରକାର ଓ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି ସ୍ଥାନୀୟ ଲୋକେ । ଏପରି ଆକ୍ସନ ଆଗକୁ ବଳବତ୍ତର ହେଲେ ନିଶା ବେପାର ସମ୍ପୂର୍ଣ୍ଣ କମିବ ବୋଲି ସ୍ଥାନୀୟ ସ୍କୁଲର ଶିକ୍ଷକ କହିଛନ୍ତି ।

କମିଶନରେଟ୍ ପୋଲିସର ଏଭଳି ଏନଫୋର୍ସମେଣ୍ଟକୁ ନେଇ ନିଶା ବେପାରୀ ଭୟରେ । ଆଗକୁ ପାର୍ବଣ ଥିବାରୁ ନିଶା ବେପାରୀଙ୍କ ଘରେ ବୁଲଡୋଜର ଚଳାଇବା ପାଇଁ ତାଲିକା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।